ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରେସ୍ ଜର୍ଣ୍ଣାଲ୍‌ରେ ପତଞ୍ଜଳିର ଗବେଷଣା

Advertisment
ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରେସ୍ ଜର୍ଣ୍ଣାଲ୍‌ରେ ପତଞ୍ଜଳିର ଗବେଷଣା

image source-aajtak

ହରିଦ୍ବାର: ଆଚାର୍ଯ୍ୟ ବାଲକୃଷ୍ଣଙ୍କ ନେତୃତ୍ବରେ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ଜଡ଼ିବୁଟିରେ ଗବେଷଣା କରି ଅନେକ ନୂଆ ଔଷଧ ପ୍ରସ୍ତୁତ କରାଯାଉଛି। ଅଷ୍ଟ୍ରେଲିଆର ସ୍ବିନବର୍ଣ୍ଣ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ପତଞ୍ଜଳି ପକ୍ଷରୁ କରାଯାଇଥିବା ଏକ ମିଳିତ ଗବେଷଣାରୁ ପ୍ରସ୍ତୁତ ଆୟୁର୍ବେଦିକ ଔଷଧ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ଆଚାର୍ଯ୍ୟ ବାଲକୃଷ୍ଣ ଜଣାଇଛନ୍ତି ଯେ ଏହି ନୂଆ ଗବେଷଣାକୁ ବିଶ୍ବ ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରେସ୍‌ର ଜର୍ଣ୍ଣାଲ ପକ୍ଷରୁ ଗ୍ରହଣ କରାଯାଇଛି।

ଆୟୁର୍ବେଦର ଶକ୍ତିକୁ ବିଦେଶୀ ବୈଜ୍ଞାନିକମାନେ ଗ୍ରହଣ କରୁଥିବା ବେଳେ ଅଧିକ ଗବେଷଣା ପାଇଁ ଆଗେଇ ଆସୁଥିବାରୁ ସେ ଖୁସି ପ୍ରକଟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ପତଞ୍ଜଳିର ଗବେଷଣାକୁ ଏଲ୍‌ସଭିଏର, ସ୍ପ୍ରିଙ୍ଗର, ଫ୍ରଣ୍ଟିୟର, ନେଚର, ମୋଲେକ୍ୟୁଲ୍‌ସ, ବାୟୋମୋଲେକ୍ୟୁଲ୍‌ସ, ଜର୍ଣ୍ଣାଲ ଅଫ ସେପାରେସନ ସାଇନ୍ସ, ଜର୍ଣ୍ଣାଲ ଅଫ ଇନଫ୍ଲେମେସନ ରିସର୍ଚ୍ଚ, ନାନୋସ୍କେଲ ଆଡ୍‌ଭାନ୍‌ସେସ୍‌ ଆଦିରେ ସ୍ଥାନ ମିଳିଥିଲା। ସେ କହିଛନ୍ତି ଯେ ପତଞ୍ଜଳି ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ କାର୍ଯ୍ୟ କରୁଥିବା ବେଳେ ଏନ୍‌ଏବିଏଲ୍‌ ମାନ୍ୟତାପ୍ରାପ୍ତ ଲ୍ୟାବ୍ ଓ ପଶୁଙ୍କ ଦେହରେ ପରୀକ୍ଷଣ ଓ ଅନ୍ୟାନ୍ୟ ସବୁ ପ୍ରକାର ସୁବିଧା ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନରେ ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe