ନୂଆଦିଲ୍ଲୀ : ପ୍ରାୟ ବର୍ଷକ ତଳେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଡ ବ୍ୟାଙ୍କ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ପଡ଼ି ରହିଥିବା ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବ୍ୟାଡ୍ ଲୋନ ମାମଲାର ସମାଧାନ ପାଇଁ ଏହି ବ୍ୟାଙ୍କ ଗଠନ କରାଯିବ। ତେବେ ଏଥିପାଇଁ ଆବଶ୍ୟକ ସମସ୍ତ ମଞ୍ଜୁରି ଇତିମଧ୍ୟରେ ମିଳିସାରିଛି ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖରା ଆଜି କହିଛନ୍ତି।
ଦି ନ୍ୟାସନାଲ ଆସେଟ୍ ରିକନଷ୍ଟ୍ରକସନ କମ୍ପାନି (ଏନଏଆରସିଏଲ) ନାମରେ ଖୋଲିବାକୁ ଥିବା ଏହି ବ୍ୟାଡ୍ ବ୍ୟାଙ୍କରେ ପ୍ରାଥମିକ ପର୍ଯ୍ୟାୟରେ ୩୮ଟି ଏନ୍ପିଏ ଆକାଉଣ୍ଟ ସ୍ଥାନାନ୍ତର ପାଇଁ ଚିହ୍ନଟ ହୋଇଛି। ଏହି ଆକାଉଣ୍ଟଗୁଡ଼ିକରେ ୮୨୮୪୫ କୋଟି ଟଙ୍କା ରହିଛି। ଚଳିତ ଆର୍ଥିକବର୍ଷରେ ଅତିକମ୍ରେ ୫୦ ହଜାର କୋଟି ଟଙ୍କା ଏହି ବ୍ୟାଙ୍କ ଅଧୀନକୁ ଆସିବ ବୋଲି ଆଶା ରଖାଯାଇଛି।
Follow Us