ଇପିଏଫ୍‌ ସୁଧ ଉପରେ ଟିକସ

Advertisment
ଇପିଏଫ୍‌ ସୁଧ ଉପରେ ଟିକସ

Image Courtesy of TOI

ମୁମ୍ବାଇ: ଚାକିରିରୁ ଅବ୍ୟାହତି ନେଇଥିବା ବ୍ୟକ୍ତି ବିଶେଷଙ୍କ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଆକାଉଣ୍ଟ୍‌ରେ ହେଉଥିବା ସୁଧ ଜମା ଉପରେ ଟିକସ ଲାଗୁ ହେବା କଥା ଟିକସ ଆଇନ୍‌ରେ ବ୍ୟବସ୍ଥା ଅଛି।

ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମାମଲା ଶୁଣାଣି ସମୟରେ ଇନ୍‌କମ୍‌ ଟ୍ୟାକ୍ସ୍‍ ଅପିଲେଟ୍‌ ଟ୍ରିବ୍ୟୁନାଲ୍‌ (ଆଇଟିଏଟି)ର ବେଙ୍ଗାଲୁରୁ ଖଣ୍ଡପୀଠ ମଧ୍ୟ ଆଇ-ଟିର ଏହି ବ୍ୟବସ୍ଥାକୁ କାଏମ୍‌ ରଖିଛି।

ଗତ ନଭେମ୍ବର ମାସରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଣେ କର୍ମଚାରୀ ତାଙ୍କ ଚାକିରିରୁ ଇସ୍ତଫା ଦେଲେ ଅଥବା ତାଙ୍କର ସେବା ବହିଷ୍କୃତ ହେଲେ, ତାଙ୍କର ଇପିଏଫ୍‌ ଆକାଉଣ୍ଟ୍‌ ସଚଳ ଥାଏ ଏବଂ ସେ ଅର୍ଥ ଉଠାଣ ପାଇଁ ଆବେଦନ କରିବା ଯାଏଁ, ଅନ୍ୟ ଚାକିରି କରିବା ଯାଏଁ କିଂବା ଜମାରାଶି ସ୍ଥାନାନ୍ତର କରିବା ଯାଏଁ ଗଚ୍ଛିତ ରାଶି ଉପରେ ସୁଧ ମିଳୁଥାଏ। ଅନ୍ୟ ପକ୍ଷରେ କହିଲେ, ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ କ୍ଷେତ୍ରରେ ସୁଧ ନିୟମ ଭିନ୍ନ। ଯଦି ଜଣେ କର୍ମଚାରୀ ୫୫ ବର୍ଷ ବୟସରେ ଅବସର ଗ୍ରହଣ କରିବା ପରେ ତାଙ୍କ ଇପିଏଫ୍‌ ଆକାଉଣ୍ଟ୍‌ରୁ ଟଙ୍କା ଉଠାଣ ପାଇଁ ଆବେଦନ ନ କରନ୍ତି କିଂବା ଜମା ରାଶି ସ୍ଥାନାନ୍ତର ନ କରାନ୍ତି, ତେବେ ଅବସର ଗ୍ରହଣ ତାରିଖ ଠାରୁ ତିନି ବର୍ଷ ପରେ ତାଙ୍କ ଇପିଏଫ୍‌ ଆକାଉଣ୍ଟ୍‌କୁ ଅଚଳ ବୋଲି ବିବେଚନା କରାଯାଇ ତା’ ଉପରେ ସୁଧ ଦିଆଯାଏ ନାହିଁ।

ଏବକାର ମାମଲାରେ ବେଙ୍ଗାଲୁରୁରେ ମୁଖ୍ୟାଳୟ ଥିବା ଏକ ପ୍ରମୁଖ ସଫ୍‌ଟ୍‌େଓ୍ଵର୍‌ କମ୍ପାନିରୁ ଜଣେ ବ୍ୟକ୍ତି ୨୬ ବର୍ଷ କାମ କରିବା ପରେ ଏପ୍ରିଲ୍‌ ପହିଲା ୨୦୦୨ରେ ଅବସର ଗ୍ରହଣ କଲେ। ସେତେବେଳେ ତାଙ୍କର ସମୁଦାୟ ଇପିଏଫ୍‌ ରାଶି ଥିଲା ୩୭. ୯୩ ଲକ୍ଷ ଟଙ୍କା।

ନଅ ବର୍ଷ ପରେ ଏପ୍ରିଲ୍‌ ୧୧ ତାରିଖ, ୨୦୧୧ ମସିହାରେ ସେ ତାଙ୍କ ଇପିଏଫ୍‌ ଆକାଉଣ୍ଟ୍‌ରୁ ବଢ଼ନ୍ତି ରାଶି ୮୨ ଲକ୍ଷ ଟଙ୍କା ଉଠାଇଲେ। ସେଥିରେ ମିଶି ରହିଥିଲା ତାଙ୍କୁ ମିଳିଥିବା ସୁଧ ରାଶି ୪୪. ୦୭ ଲକ୍ଷ ଟଙ୍କା। ସେ ସୁଧ ଅର୍ଥ ତାଙ୍କର ଅବସର ଗ୍ରହଣ କରିବା ପରେ ଏବଂ ଉଠାଣ ତାରିଖ ଯାଏଁ ମିଳିଥିଲା।

ଆଇ-ଟି ଆକ୍ଟ୍‌ ଧାରା ୧୦ (୧୨) ଅଧୀନରେ ଛାଡ଼ ବୋଲି ଦର୍ଶାଇ ସେ ସୁଧ ରାଶି ଉପରେ ଟିକସ ଦେଇ ନ ଥିଲେ। ୨୦୧୧-୧୨ ଆର୍ଥିକ ବର୍ଷର ଆସେସ୍‌ମେଣ୍ଟ୍‌ ପ୍ରୋସିଡିଙ୍ଗ୍‌ବେଳେ ଆଇ-ଟି ଅଧିକାରୀ ତାଙ୍କୁ ମିଳିଥିବା ସୁଧ ଉପରେ ଟିକସ ଲାଗୁ କରିବାରୁ ସେ ଆଇଟିଏଟିର ଦ୍ୱାରାସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe