ପେମେଣ୍ଟ୍‌ ଅପରେଟର୍‌ କରିପାରିବେ ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌

Advertisment
ପେମେଣ୍ଟ୍‌ ଅପରେଟର୍‌ କରିପାରିବେ ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌

The Economic Times

ମୁମ୍ବାଇ : ଅନ୍‌ଲାଇନ୍‌ ପେମେଣ୍ଟ୍ କ୍ଷେତ୍ରରେ ଆଜି ରିଜର୍ଭ ବ୍ୟାଙ୍କ ଏକ ବଡ଼ ନିଷ୍ପତ୍ତି ନେଇଛି। ପେମେଣ୍ଟ୍ ସିଷ୍ଟମ୍ ଅପରେଟର ଅପରେଟରମାନଙ୍କୁ କେନ୍ଦ୍ରୀକୃତ ପେମେଣ୍ଟ୍ ସିଷ୍ଟମ (ସିପିଏସ୍‌)ର ସିଧାସଳଖ ସଦସ୍ୟ ହେବାର ଅନୁମତି ପ୍ରଦାନ କରିଛି। ଏହାଦ୍ବାରା ବ୍ୟାଙ୍କ ଭଳି ଅନ୍ୟ କିଛି ସଂସ୍ଥା ମଧ୍ୟ ଲୋକଙ୍କୁ ଏନ୍‌ଇଏଫଟି ଓ ଆର୍‌ଟିଜିଏସ୍‌ ଭଳି ସେବା ଯୋଗାଇ ପାରିବେ। ବର୍ତ୍ତମାନ ଏହି ସେବା ବ୍ୟାଙ୍କ ସମେତ କ୍ଲିୟରିଂ କର୍ପୋରେସନ୍ ଏବଂ ବଛା ବଛା କେତେକ ଡେଭଲପମେଣ୍ଟ୍ ଫାଇନାନ୍ସ ଇନଷ୍ଟିଚ୍ୟୁସନ୍‌ ଯୋଗ‌ାଇ ଦେଉଥିଲେ। ରିଜର୍ଭ ବ୍ୟାଙକ୍ ଏହାର ବିକାଶମୂଳକ ଏବଂ ନିୟାମକ ନୀତି ବିବୃତିରେ କହିଛି ଗତ କିଛିବର୍ଷ ହେଲା ପେମେଣ୍ଟ କ୍ଷେତ୍ରରେ ଅଣବ୍ୟାଙ୍କିଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଭୂମିକା ବଢ଼ିଛି।

ଏହି ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ପ୍ରିପେଡ୍ ପେମେଣ୍ଟ୍ ଇନ୍‌ଷ୍ଟ୍ରୁମେଣ୍ଟ୍‌ (ପିପିଆଇ) ପ୍ରଦାନକାରୀ ସଂସ୍ଥା, କାର୍ଡ ନେଟୱାର୍କ, ହ୍ବାଇଟ୍ ‌ଲେବଲ୍‌ ଏଟିଏମ୍‌ (ଡବ୍ଲ୍ୟୁଏଲ୍‌ଏ) ଅପରେଟର, ଟ୍ରେଡ ରିସିଭେବଲ୍ସ ଡିସକାଉଣ୍ଟିଂ ସିଷ୍ଟମ (ଟିଆରଇଡିଏସ୍‌) ପ୍ଲାଟଫର୍ମ ଗୁଡ଼ିକ ରହିଛନ୍ତି। ପ୍ରଯୁକ୍ତିର ଉପଯୋଗ କରି ଗ୍ରାହକଙ୍କୁ ଏମାନେ ସେମାନଙ୍କ ଆବଶ୍ୟକତା ମୁତାବକ ସେବା ଯୋଗାଇ ଦେଉଛନ୍ତି। ତେଣୁ ଏହି ଧାରା‌କୁ ମଜବୁତ କରିବା ଏବଂ ପେମେଣ୍ଟ୍ ବ୍ୟବସ୍ଥାରେ ଅଣ ବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକୁ ଅଂଶଗ୍ରହଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟାୟକ୍ରମେ ପେମେଣ୍ଟ୍ ସିଷ୍ଟମ୍ ଅପରେଟରମାନଙ୍କୁ ସିପିଏସ୍‌ର ସିଧାସଳଖ ସଦସ୍ୟ ହେବା ସୁଯୋଗ ଯୋଗାଇ ଦିଆଯିବ। ତେବେ ରିଜର୍ଭ ବ୍ୟାଙ୍କ ଦ୍ବାରା ଏସବୁ ସଂସ୍ଥା ନିୟନ୍ତ୍ରିତ ହେଉଥିବା ଆବଶ୍ୟକ। କିନ୍ତୁ ଏହିସବୁ ସଂସ୍ଥାଗୁଡ଼ିକ ସିପିଏସ୍‌ରେ ସେମାନଙ୍କ କାରବାର ଫଇସଲା କରିବା ପାଇଁ ରିଜର୍ଭ ବ୍ୟାଙ୍କରୁ କୌଣସି ଲିକ୍ବିଡିଟି (ନଗଦ ଅର୍ଥ) ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe