Trak.in
ନୂଆଦିଲ୍ଲୀ: ଦେଶରେ ବହୁଳ ଭାବେ ବ୍ୟବହୃତ ଡିଜିଟାଲ ପେମେଣ୍ଟ ଆପ୍ ‘ପେଟିଏମ୍’ ଭାରତର କିଛି ସ୍ଥାନରେ ବନ୍ଦ ହୋଇଯାଇଛି । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଟୁଇଟରରେ ‘ପେଟିଏମ୍’ର ଗଡବଡକୁ ନେଇ ପୋଷ୍ଟ କରିଛନ୍ତି ।
ଖବର ଲେଖା ଯିବା ପର୍ଯ୍ୟନ୍ତ ପେଟିଏମ୍ ଖୋଲିବା ମାତ୍ରେ ଏରର୍ ମେସେଜ ଆସୁଥିବା ଦେଖାଯାଉଛି । କିନ୍ତୁ ଆପ୍ ଡାଉନ ହେବାର ଖବର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଜଣପଡିଛି ଯେ, ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଏରର୍ ଆସୁଛି । ଏପରି ହେବା ଦ୍ୱାରା ପେଟିଏମ୍ ବ୍ୟବହାରକାରୀଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି ।
Follow Us