୩୫୦ କର୍ମଚାରୀଙ୍କୁ କୋଟିପତି କରିଦେଲା ପେଟିଏମ୍‌ ଆଇପିଓ

Advertisment
୩୫୦ କର୍ମଚାରୀଙ୍କୁ କୋଟିପତି କରିଦେଲା ପେଟିଏମ୍‌ ଆଇପିଓ

India.com

ମୁମ୍ବାଇ : ଫିନଟେକ୍ କମ୍ପାନି ପେଟିଏମ୍‌ର ପ୍ରାରମ୍ଭିକ ପବ୍ଲିକ ଅଫର (ଆଇପିଓ) ବା ସେୟାର ବିକ୍ରି ନିକଟରେ ଶେଷ ହୋଇଛି। ୧୮୩୦୦ କୋଟି ଟଙ୍କା ମୂଲ୍ୟର ଏହି ସେୟାର ବିକ୍ରି ବା ଆଇପିଓ ଭାରତର ସବୁଠୁ ବଡ଼ ହୋଇଥିବା ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସବୁଠୁ ବଡ଼ ଫିନଟେକ୍ ଆଇପିଓ ବୋଲି କୁହାଯାଉଛି। ତେବେ ଏହି ଆଇପିଓ ଯୋଗୁ ପେଟିଏମ୍‌ର ପ୍ରାୟ ୩୫୦ ଜଣ କର୍ମଚାରୀ ଓ ପୂର୍ବତନ କର୍ମଚାରୀ କୋଟିପତି ପାଲଟି ଯାଇଛନ୍ତି। ଏମାନଙ୍କର ନିଟ୍ ସଂପତ୍ତି ଅତିକମ୍‌ରେ ୧ କୋଟି ଟଙ୍କାରେ ପହଞ୍ଚିବ ବୋଲି କମ୍ପାନି ସୂତ୍ରରୁ ଜଣାଯାଇଛି। ଭାରତ ଭଳି ଦେଶରେ ଯେଉଁଠି ଲୋକଙ୍କ ମୁଣ୍ଡପିଛା ଆୟ ୨୦୦୦ ଡଲାରରୁ କମ୍ ସେଠାରେ ସେୟାର କ୍ରୟରୁ ଏଭଳି ଲାଭ ନିଶ୍ଚିତଭାବେ ଆଶ୍ଚର୍ଯ୍ୟଜନକ।

୩୯ ବର୍ଷୀୟ ଇଂଜିନିୟର ସିଦ୍ଧାର୍ଥ ପାଣ୍ଡେ ପୂର୍ବରୁ ପେଟିଏମ୍‌ରେ ଚାକିରି କରିଥିଲେ। ଏବେ ସେ ପେଟିଏମ୍ ଛାଡ଼ି ଅନ୍ୟ ଏକ ଷ୍ଟାର୍ଟଅପ୍ କମ୍ପାନିରେ ଯୋଗ ଦେଇଛନ୍ତି। ତେବେ ତାଙ୍କ ପାଖରେ ସେୟାର ଥିବାରୁ ‌େସ କୋଟିପତି ପାଲଟି ଯାଇଛନ୍ତି। ସେ ଯେତେବେଳେ ଏହି କମ୍ପାନିରେ ଯୋଗଦେବା ପାଇଁ ଆଗକୁ ବଢ଼ିଥିଲେ ତାଙ୍କ ବାପା ବିରକ୍ତ ହୋଇଥିଲେ। ବାପାଙ୍କ ବିରୋଧ ସତ୍ତ୍ବେ ସେ ଏହି କମ୍ପାନିରେ ଯୋଗଦେଇଥିଲେ। ପେଟିଏମ୍‌ରେ ୭ ବର୍ଷ ଧରି କାର୍ଯ୍ୟ କରିଥିବା ପାଣ୍ଡେ କହିଛନ୍ତି, ତାଙ୍କ ସେୟାର ମୂଲ୍ୟ ଅତିକମ୍‌ରେ ୧ ନିୟୁତ ଡଲାରରୁ ଅଧିକ ରହିବ। ମୋତେ ସେତେବେଳେ ଏହି କମ୍ପାନିରେ ଯୋଗଦେବା ପାଇଁ ନିରୁତ୍ସାହିତ କରୁଥିବା ମୋର ବାପା ଆଜି ଖୁସି ବୋଲି ପାଣ୍ଡେ କହିଛନ୍ତି। ପ‌ାଣ୍ଡେ ଯେତେବେଳେ ପେ‌ଟିଏମରେ ଯୋଗଦେଇଥିଲେ ସେତେବେଳେ ଏହାର କର୍ମଚାରୀ ସଂଖ୍ୟା ୧୦୦୦ରୁ କିଛି ଅଧିକ ଥିଲା। କିନ୍ତୁ ବର୍ତ୍ତମାନ ଏହାର କର୍ମଚାରୀ ସଂଖ୍ୟା ୧୦ ହଜାରରୁ ଅଧିକ ରହିଛି। ବ୍ୟାଙ୍କିଂ, ସପିଂ ଆଦି ସେବା ଏହି କମ୍ପାନି ଯୋଗାଇ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe