ବନ୍ଦ ହେବ ପେଟିଏମ ଜେନେରାଲ ଇନସୁରାନ୍ସ କମ୍ପାନି

ବନ୍ଦ ହେବ ପେଟିଏମ ଜେନେରାଲ ଇନସୁରାନ୍ସ କମ୍ପାନି

ନୂଆଦିଲ୍ଲୀ: ଫିନଟେକ୍ କମ୍ପାନି ପେଟିଏମ୍ ବୀମା କମ୍ପାନି ହେବାର ସ୍ୱପ୍ନ ଶେଷ ହୋଇଯାଇଛି । ଏହା ସହିତ ପେଟିଏମ୍ ଜେନେରାଲ ଇନସ୍ୟୁରାନ୍ସ ଲିମିଟେଡ୍ (ପିଜିଆଇଏଲ୍)ର ଯାତ୍ରା ଶେଷ ହୋଇଛି। ପେଟିଏମ ବୀମା କ୍ଷେତ୍ରର ନିୟାମକ ଆଇଆରଡିଏଆଇକୁ ଦିଆଯାଇଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛି । ଏବେ କମ୍ପାନୀ ବୀମା ପ୍ରଡକ୍ଟ ତିଆରି କରିବା ପରିବର୍ତ୍ତେ କେବଳ ବିତରଣ ଉପରେ କାମ କରିବ ।
ନୋଏଡାସ୍ଥିତ ପେଟିଏମ୍ ନିଜର ବୀମା କମ୍ପାନୀ ପେଟିଏମ୍ ଜେନେରାଲ ଇନସ୍ୟୁରାନ୍ସକୁ ଆଉ ଚଳାଇବ ନାହିଁ ବୋଲି କହିଛି। ଏ ସଂକ୍ରାନ୍ତରେ କମ୍ପାନି ଆଇଆରଡିଏକୁ ସୂଚୀତ କରିଛି । ପେଟିଏମର ମୂଳ କମ୍ପାନୀ ୱାନ୍ ୯୭ କମ୍ୟୁନିକେସନର ସହାୟକ ସଂସ୍ଥା ପେଟିଏମ୍ ଜେନେରାଲ୍ ଇନସ୍ୟୁରାନ୍ସ ଏବେ ବୀମା ବଣ୍ଟନ ଉପରେ ଧ୍ୟାନ ଦେବ। ପେଟିଏମ୍ ଇନସ୍ୟୁରାନ୍ସ ବ୍ରୋକିଂ ପ୍ରାଇଭେଟ୍ ଲିମିଟେଡ୍ (ପିଆଇବିପିଏଲ୍) ଜରିଆରେ ଏହି କାମ କରାଯିବ। ସେ ବୀମା ପ୍ରଡକ୍ଟକୁ ବଜାରକୁ ଆଣିବାର ଇଚ୍ଛା ଛାଡି ଦେଇଛନ୍ତି ।

ଓ୍ଵାନ୯୭ କମ୍ୟୁନିକେସନ୍ ପେଟିଏମ୍ ଜେନେରାଲ୍ ଇନସ୍ୟୁରାନ୍ସରେ ପ୍ରାୟ ୯୫୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରିଥିଲା। ଏବେ କମ୍ପାନୀ ଏହି ଟଙ୍କା ସଞ୍ଚୟ କରିପାରିବ । ମେ ୨୦୨୨ରେ କମ୍ପାନୀ ପେଟିଏମ୍ ଜେନେରାଲ ଇନସ୍ୟୁରାନ୍ସରେ ନିବେଶ କରିବା ପାଇଁ ୧୦ ବର୍ଷର ଯୋଜନା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe