ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲ୍‌ରୁ ଫର୍ମ-୧୬ ଡାଉନ‌୍‌ଲୋଡ୍‌ କରିପାରିବେ ପେନ୍‌ସନ୍‌ଭୋଗୀ

ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲ୍‌ରୁ ଫର୍ମ-୧୬ ଡାଉନ‌୍‌ଲୋଡ୍‌ କରିପାରିବେ ପେନ୍‌ସନ୍‌ଭୋଗୀ

ଭୁବନେଶ୍ବର : ୫ଟି ଓ ମୋ ସରକାରା ଅଭିଯାନରେ ସରକାର ପେନସନଭୋଗୀଙ୍କ ପାଇଁ କରୋନା ମହାମାରୀ ସମୟରେ ଏକ ସୁବିଧା ଘୋଷଣା କରିଛନ୍ତି। ପେନସନଭୋଗୀମାନେ ଟ୍ରେଜେରିକୁ ନଯାଇ ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲରୁ ଆୟକର ପାଇଁ ଉଦ୍ଦିଷ୍ଟ ଫର୍ମ-୧୬ ଡାଉନଲୋଡ କରିପାରିବେ। ଫଳରେ ଫର୍ମ-୧୬ ପାଇଁ ପେନସନଭୋଗୀମାନେ ଟ୍ରେଜେରିକୁ ନଆସି ଆୟକର ରିଟର୍ଣ୍ଣ ଘରେ ଦାଖଲ କରିପାରିବେ।

ଟ୍ରେଜେରିରୁ ପେନସନ ପାଉଥିବା ରାଜ୍ୟ ସରକାରଙ୍କ ସମସ୍ତ ପେନସନଭୋଗୀ, ପରିବାର ପେନସ‌ନଭୋଗୀ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁ‌ଷ୍ଠାନଗୁଡ଼ିକର ପେନସନଭୋଗୀଙ୍କ ପାଇଁ ଏହି ସୁବିଧା ପ୍ରଯୁଜ୍ୟ। ଯଦି ପେନସନଭୋଗୀମାନେ ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲରୁ ଫର୍ମ-୧୬ ଡାଉନଲୋଡ୍‌ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ସଂପୃକ୍ତ ଟ୍ରେଜେରି ଅଧିକାରୀଙ୍କୁ ଟେଲିଫୋନ କିମ୍ବା ଇ-ମେଲ୍‌ ମାଧ୍ୟମରେ ଏଥିପାଇଁ ଯୋଗାଯୋଗ କରିପାରିବେ। କିମ୍ବା ଟ୍ରେଜେରି ନିର୍ଦ୍ଦେଶାଳୟକୁ dticentralallocation@gmail.comରେ ମେଲ୍‌ ପଠାଇ ପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe