ମୁଣ୍ଡପିଛା ଜିଡିପିରେ ଭାରତ ସ୍ଥାନ ୧୨୬

ମୁଣ୍ଡପିଛା ଜିଡିପିରେ ଭାରତ ସ୍ଥାନ ୧୨୬

ନୂଆଦିଲ୍ଲୀ: ମୁଣ୍ଡପିଛା ଜିଡିପି ଅନୁସାରେ ଭାରତର ଗୋଟିଏ ପାହାଚ ଉପରକୁ ଉଠି ୧୨୬ତମ ସ୍ଥାନରେ ପହଞ୍ଚିଛି। ଏବେ ବି ଏହା ନିଜର ବ୍ରିକ୍ସ ବନ୍ଧୁ ରାଷ୍ଟ୍ରଗୁଡ଼ିକଠାରୁ ବହୁ ପଛରେ ରହିଛି।
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ କ୍ରୟ ଶକ୍ତି କ୍ଷମତା (ପିପିପି) ଆଧାରରେ ୨୦୦ ରାଷ୍ଟ୍ରକୁ ନେଇ ମୁଣ୍ଡପିଛା ଜିଡିପି ତଥ୍ୟ ଜାରି କରାଯାଇଛି। କ୍ରୟ ଶକ୍ତି କ୍ଷମତା ହେଉଛି କୌଣସି ଏକ ଗୋଟିଏ ରାଷ୍ଟ୍ରର ମୁଦ୍ରାକୁ ନେଇ ଅନ୍ୟ ଏକ ରାଷ୍ଟ୍ରରେ ସାମଗ୍ରୀ କିଣିବା କିମ୍ବା ସେବା ହାସଲ କରିବା ପାଇଁ ବ୍ୟବହାର କରିବା ବେଳେ ମିଳୁଥିବା ମୂଲ୍ୟ।

ଗତବର୍ଷ ଭାରତର ମୁଣ୍ଡପିଛା ଜିଡିପି ପରିମାଣ ୬୬୯୦ ଡଲାର ଥିଲା। ଚଳିତ ବର୍ଷ ତାହା ୭୧୭୦ ଡଲାରକୁ ବୃଦ୍ଧି ପାଇଛି। କତାର ମୁଣ୍ଡପିଛା ଜିଡିପି ପରିମାଣ ହେଉଛି ୧,୨୪,୯୩୦ ଡଲାର। ଦ୍ୱିତୀୟ ସ୍ଥାନରେ ମକାଉ ଥିବା ବେଳେ ଲକ୍ସେମ୍ବର୍ଗକୁ ତୃତୀୟ ସ୍ଥାନ ମିଳିଛି। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟ ଭାରତରେ ସବୁଠୁ ପଛରେ ରହିଛି। ରୁଷିଆର ମୁଣ୍ଡପିଛା ଜିଡିପି ପରିମାଣ ୨୭,୯୦୦ ଡଲାର ରହୀଥିବା ବେଳେ ଚୀନ୍‌ର ୧୬,୬୨୦ ଡଲାର, ବ୍ରାଜିଲ୍‌ର ୧୫,୫୦୦ ଡଲାର ଏବଂ ଦକ୍ଷିଣ ଆଫ୍ରିକାର ୧୩,୪୦୦ ଡଳାର ରହିଛି। ମୁଣ୍ଡପିଛା ଜିଡିପି ଆଧାରରେ ଶ୍ରେଷ୍ଠ ୧୦ଟି ସ୍ଥାନରେ ରହିଛନ୍ତି କତାର, ମକାଉ, ଲକ୍ସେମ୍ବର୍ଗ, ସିଙ୍ଗାପୁର, ବ୍ରୁନେଇ, ଆର୍ୟଲ୍ୟାଣ୍ଡ୍‌, ନରେଓ୍‌ବ, କୁଏତ, ୟୁଏଇ ଏବଂ ସ୍ୱିଜରଲ୍ୟାଣ୍ଡ୍‌। ଯୁକ୍ତରାଷ୍ଟ୍ର ଆମେରିକାକୁ ଏହି ତାଲିକାରେ ୧୩ତମ ସ୍ଥାନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe