ଟିକ୍‌ଟକ୍‌ ସମେତ ୫୯ଟି ଚୀନା ଆପ୍‌କୁ ସ୍ଥାୟୀ ଭାବେ ନିଷେଧ କରିବ ଭାରତ: ରିପୋର୍ଟ

ଟିକ୍‌ଟକ୍‌ ସମେତ ୫୯ଟି ଚୀନା ଆପ୍‌କୁ ସ୍ଥାୟୀ ଭାବେ ନିଷେଧ କରିବ ଭାରତ: ରିପୋର୍ଟ

Image Courtesy of Zee News

ନୂଆଦିଲ୍ଲୀ: ଅତି ଲୋକପ୍ରିୟ ‘ଟିକ୍‌ଟକ୍‌’ ସମେତ ୫୯ଟି ଚୀନା ଆପ୍‌ ଉପରେ ସ୍ଥାୟୀ ନିଷେଧାଦେଶ ଲାଗୁ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବ୍ୟବସ୍ଥା କରୁଥିବା କୁହାଯାଉଛି।

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ ଅନୁସାରେ, ଜନପ୍ରିୟ ଭିଡିଓ ଆପ୍‌ ‘ଟିକ୍‌ଟକ୍‌’ ଏବଂ ଅନ୍ୟ ୫୮ଟି ଚୀନା ଆପ୍‌ ଉପରେ ସ୍ଥାୟୀ ନିଷେଧାଦେଶ ଲାଗୁ କରିବା ନିମନ୍ତେ ‘ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ’ ସଦ୍ୟ ବିଜ୍ଞପ୍ତି ଜାରି କରିଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ୍‌ ମାସରେ ଭାରତ ଓ ଚୀନ୍‌ ସେନାଙ୍କ ମଧ୍ୟରେ ଲଦାଖର ଗଲ୍‌ଓ୍ଵାନ୍‌ ଠାରେ ସଂଘର୍ଷ ଘଟିବା ପରେ ସରକାର ଉପରୋକ୍ତ ଆପ୍‌ଗୁଡ଼ିକୁ ସାମୟିକ ଭାବେ ନିଷେଧ କରିବା ସହ ସମ୍ପୃକ୍ତ କମ୍ପାନିମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। କିନ୍ତୁ, ବିଶେଷସୂତ୍ରରୁ ଜାଣିବାକୁ ମିଳିଛି ଯେ, ସେମାନଙ୍କ ଉତ୍ତରରେ ସରକାର ସନ୍ତୁଷ୍ଟ ହୋଇ ନାହାନ୍ତି।

publive-image Image Courtesy of NDTV

ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା, ରାଜ୍ୟର ନିରାପତ୍ତା ଏବଂ ସର୍ବସାଧାରଣଙ୍କ ପ୍ରତି ବିପଦର କାରଣ ହେବାର ଆଶଙ୍କା ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସରକାର ଉକ୍ତ ଆପ୍‌ ସବୁ ନିଷେଧ କରିଥିଲେ। ଚୀନା ଆପ୍‌ ‘କ୍ଲବ୍‌ ଫ୍ୟାକ୍ଟରି’, ‘ସେୟାର୍‌ଇଟ୍‌’, ‘ଲାଇକି’, ‘ମି ଭିଡିଓ କଲ୍‌’ (ଜିଆଓମି), ‘େଓ୍ଵଇବୋ’, ‘ବାଇଡୁ’ ‘ବିଗୋ ଲାଇଭ୍‌’, ‘ଓ୍ଵିଚାଟ୍‌’ ‘ୟୁସି ବ୍ରାଉଜର୍‌’ ଏବଂ ‘ଜିଆଓମି’ର ‘ମି କମ୍ୟୁନିଟି’ ଆଦି ଏହି ନିଷେଧ ତାଲିକାଭୁକ୍ତ କରାଯାଇଛି।

କିନ୍ତୁ, ଏ ସଂକ୍ରାନ୍ତରେ ସରକାରଙ୍କ ଠାରୁ ଔପଚାରିକଭାବେ କୌଣସି ସୁନିଶ୍ଚିତ ସୂଚନା ଆସି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe