ବହୁ ଦିନ ପରେ ପେଟ୍ରୋଲ୍‌, ଡିଜେଲ ଦର ସମାନ

Advertisment
ବହୁ ଦିନ ପରେ ପେଟ୍ରୋଲ୍‌, ଡିଜେଲ ଦର ସମାନ

ଭୁବନେଶ୍ବର: ଦୀର୍ଘ ଦିନ ଧରି ରାଜଧାନୀରେ ପେଟ୍ରୋଲ୍ ଠାରୁ ଡିଜେଲ ଦର ଅଧିକ ରହିଥିଲା। ଏବେ ଦୁଇ ତେଲର ଦର ସମାନ ହୋଇଯାଇଛି। ଆସନ୍ତାକାଲି (ଗୁରୁବାର) ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ୍‌ର ଲିଟର ପିଛା ଦର ୬୯ ଟଙ୍କା ୨୮ ପଇସା ରହିଛି। ଆଜି (ବୁଧବାର) ପେଟ୍ରୋଲ୍‌ର ଲିଟର ପିଛା ଦର ୬୯ ଟଙ୍କା ୧୭ ପଇସା ଓ ଡିଜେଲ ଦର ୬୯ ଟଙ୍କା ୨୮ ପଇସା ଥିଲା। ଆସନ୍ତାକାଲି ପାଇଁ ପେଟ୍ରୋଲ୍ ମୂଲ୍ୟରେ ସାମାନ୍ୟ ବୃଦ୍ଧି ହେବାରୁ ଡିଜେଲ୍ ଦର ସହ ଏହାର ମୂଲ୍ୟ ସମାନ ହୋଇଯାଇଛି। ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲ୍‌ର ମୂଲ୍ୟ ଆସନ୍ତାକାଲି ପାଇଁ ୭୨ ଟଙ୍କା ୨୦ ପଇସା‌ ରହିଛି। ବୁଧବାର ଦିନ ଏହାର ମୂଲ୍ୟ ୭୨ ଟଙ୍କା ୯ ପଇସା ଥିଲା। ଉଲ୍ଲେଖଯୋଗ୍ୟ, ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ଓ ଡଲାରର ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲ ଦର ନିର୍ଧାରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe