ଦେଶରେ ମହଙ୍ଗା ହେଉଛି ପେଟ୍ରୋଲ, ଡିଜେଲ୍

Advertisment
କ୍ରମାଗତ ୨ୟ ଦିନ ପାଇଁ ପେଟ୍ରୋଲ ଦର ଅପରିବର୍ତ୍ତିତ

Naidunia

ନୂଆଦିଲ୍ଲୀ/ଭୁବନେଶ୍ବର: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୦ ଡଲାର ହୋଇଯାଇଛି। ଏହାର ପ୍ରଭାବରେ ଦେଶ ଭିତରେ ପେଟ୍ରୋଲ୍ ଓ ଡିଜେଲ୍ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। କ୍ରମାଗତ ପଞ୍ଚମ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବଢ଼ିଛି। ଇରାନ ସେନାର କମାଣ୍ଡର କ୍ବାସିମ୍ ସୁଲେମାନୀଙ୍କୁ ଇରାକର ବାଗଦାଦରେ ଆମେରିକା କ୍ଷେପଣାସ୍ତ୍ର ମାଡ଼ କରି ମାରିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇଛି। ଏହାର ପ୍ରଭାବ ଘରୋଇ ବଜାରରେ ଅନୁଭୂତ ହୋଇଛି। ଗତ ୫ ଦିନ ହେଲା ଲଗାତାର ତେଲ ଦର ବଢ଼ୁଛି।

ଚଳିତବର୍ଷ ପହିଲାରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୧୭ ପଇସା ଥିବାବେଳେ ଡିଜେଲ ଦର ୭୨ ଟଙ୍କା ୯୬ ପଇସା ରହିଥିଲା। କିନ୍ତୁ ଦୁଇ ତାରିଖରୁ ଏହା ବଢ଼ିବାରେ ଲାଗିଛି। ସୋମବାର ଭୁବନେଶ୍ବରରେ ପେଟ୍ରୋଲ୍ ଦାମ୍ ୭୪ ଟଙ୍କା ୬୬ ପଇସା ଓ ଡିଜେଲ୍‌ ୭୩ ଟଙ୍କା ୬୮ ପଇସାକୁ ବୃଦ୍ଧି ପାଇଛି। ନୂଆବର୍ଷରୁ ସୋମବାର ମଧ୍ୟରେ ପେଟ୍ରୋଲ ଦର ୪୯ ପଇସା ଏବଂ ଡିଜେଲ ଦର ୭୨ ପଇସା ମହଙ୍ଗା ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe