୫ ଦିନରେ ୪ଥର ବଢ଼ିଲା ଇନ୍ଧନ ଦର; ଭୁବନେଶ୍ବରରେ ପେଟ୍ରୋଲ୍‌ ୮୫ ପଇସା ଓ ଡିଜେଲ୍‌ ୮୪ ପଇସା ବୃଦ୍ଧି

Advertisment
୫ ଦିନରେ ୪ଥର ବଢ଼ିଲା ଇନ୍ଧନ ଦର; ଭୁବନେଶ୍ବରରେ ପେଟ୍ରୋଲ୍‌ ୮୫ ପଇସା ଓ ଡିଜେଲ୍‌ ୮୪ ପଇସା ବୃଦ୍ଧି

Image Courtesy of NDTV

ଭୁବନେଶ୍ବର: ଆଜି ମଧ୍ୟ ସମଗ୍ର ଦେଶରେ ପୁଣି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଲିଟର୍‌ପିଛା ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଗତ ୫ ଦିନ ମଧ୍ୟରେ ଏହା ହେଉଛି ଇନ୍ଧନ ମୂଲ୍ୟରେ ୪ର୍ଥ ବୃଦ୍ଧି।

ସେହି ଅନୁସାରେ, ଆଜି ସକାଳ ୭.୫୧ରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ‘ହାଇୱେ ଡିଜେଲ୍‌ ସେଣ୍ଟର୍‌’ରେ ପେଟ୍ରୋଲ୍‌ ୮୫ ପଇସା ଓ ଡିଜେଲ୍‌ ୮୪ ପଇସା ବୃଦ୍ଧି ପାଇ ଲିଟର୍‌ପିଛା ଯଥାକ୍ରମେ ଟ. ୯୫.୦୨ ଓ ଟ. ୧୦୯.୬୭ରେ ବିକ୍ରୟ ହେଉଛି ବୋଲି ‘ଇଣ୍ଡିଆନ୍‌ ଅଏଲ୍‌’ ସୂଚନା ଦେଇଛି।

ଅର୍ଥାତ୍‌ ଆଜି ମାର୍ଚ ୨୬ ତାରିଖ ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ଡିଜେଲ୍‌ ଲିଟର୍‌ପିଛା ଟ. ୮୯.୮୭ ଏବଂ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୯୮.୬୧ରେ ବିକ୍ରୟ ହେଉଛି।

ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର, ବୁଧବାର ଏବଂ ଶୁକ୍ରବାର ଦିନ ଉପରୋକ୍ତ ଇନ୍ଧନ ଦର ବୃଦ୍ଧି ପାଇଥିଲା। ପ୍ରତି ଥର ଲିଟର୍‌ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି।

publive-image Image Courtesy of India Today

ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଉପରୁ ଟ.୫/- ଏବଂ ଡିଜେଲ୍‌ ଉପରୁ ଟ.୧୦/- ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ପରେ କେତେକ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଉପରୁ ‘ଭାଟ୍‌’ ହ୍ରାସ କରିବା ଫଳରେ ମୋଟୋର୍‌ ଯାନ ମାଲିକମାନେ ଆଶ୍ବସ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe