ଆଜି ପୁଣି ବଢ଼ିଲା ଇନ୍ଧନ ମୂଲ୍ୟ: ଭୁବନେଶ୍ୱରରେ ୧୧୦ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

Advertisment
ଆଜି ପୁଣି ବଢ଼ିଲା ଇନ୍ଧନ ମୂଲ୍ୟ: ଭୁବନେଶ୍ୱରରେ ୧୧୦ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

Image Courtesy of Mint

ନୂଆଦିଲ୍ଲୀ: ଆଜିକୁ ମିଶାଇ କ୍ରମାଗତ ପାଞ୍ଚ ଦିନ ହେବ ଦେଶରେ ଇନ୍ଧନ ଦର ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଠାରୁ ଆଜି ପେଟ୍ରେଲ୍‌ ୩୬ପଇସା ଏବଂ ଡିଜେଲ୍‌ ୩୯ ପଇସା ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୦.୩୨ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୬.୯୯ ରେ ବିକ୍ରୟ ହେଉଛି।
ସେହିପରି ଜାତୀୟ ରାଜଧାନୀ ଅଞ୍ଚଳରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୯.୩୪ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୯୭.୭୨ରେ ବିକ୍ରୟ ହେଉଛି।

ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୫.୧୫ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୬.୨୩ରେ ବିକ୍ରୟ ହେଉଛି।

ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୧.୧୯ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୨.୨୫ରେ କିଣା ଯାଉଛି।

publive-image Image Courtesy of The Indian Express

କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୯.୭୯ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୬.୦୪ରେ ବିକ୍ରୟ ହେଉଛି।

ସୂଚନାଯୋଗ୍ୟ, ଆଜି ରାଜସ୍ଥାନ ଅନ୍ତର୍ଗତ ସୀମାନ୍ତ ନଗରୀ ଗଙ୍ଗାନଗରରେ ଇନ୍ଧନ ସବୁଠୁ ଅଧିକ ମହଙ୍ଗା ହୋଇଯାଇଛି। ସେଠାରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୨୧.୬୨ ଥିବା ବେଳେ ଡିଜେଲ୍‌ ଲିଟର୍‌ପିଛା ୧୧୨.୫୨ ରହିଛି।

ଭାରତ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କଦ୍ୱାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ସଂଶୋଧନ କରାଯାଏ। ସାଧାରଣତଃ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଓ ଟଙ୍କା-ଡଲାର୍‌ ବିନିମୟ ମୂଲ୍ୟକୁ ଆଧାର କରି ଉପରୋକ୍ତ ଇନ୍ଧନ ଦର ଧାର୍ଯ୍ୟ କରାଯାଇଥାଏ।

ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟା ବେଳେ ସଂଶୋଧିତ ଇନ୍ଧନ ମୂଲ୍ୟ ଲାଗୁ କରାଯାଏ। କ୍ଷେତ୍ର ବିଶେଷରେ ‘ଭ୍ୟାଟ୍‌’, ସ୍ଥାନୀୟ ଟିକସ ଏବଂ ପରିବହନ ବ୍ୟୟକୁ ଚାହିଁ ବିଭିନ୍ନ ରାଜ୍ୟ ଓ ସହରଗୁଡ଼ିକରେ ଇନ୍ଧନ ଦରରେ ପାର୍ଥକ୍ୟ ଦେଖା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe