Image Courtesy of Aajtak
ନୂଆଦିଲ୍ଲୀ: ଆଜିକୁ ମିଶାଇ କ୍ରମାଗତ ଚାରି ଦିନ ହେବ ଦେଶରେ ଇନ୍ଧନ ଦର ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଠାରୁ ଆଜି ପେଟ୍ରେଲ୍ ୩୫ପଇସା ଏବଂ ଡିଜେଲ୍ ୩୮ ପଇସା ବୃଦ୍ଧି ପାଇଛି।
ଜାତୀୟ ରାଜଧାନୀ ଅଞ୍ଚଳରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ପିଛା ଟ. ୧୦୮.୯୯ ଓ ଡିଜେଲ୍ ଲିଟର୍ପିଛା ଟ. ୯୭.୭୨ରେ ବିକ୍ରୟ ହେଉଛି।
ମୁମ୍ବାଇରେ ପେଟ୍ରୋଲ୍ ଲିଟର୍ପିଛା ଟ. ୧୧୪.୮୧ ଥିବା ବଳେ ଡିଜେଲ୍ ଲିଟର୍ପିଛା ଟ. ୧୦୫.୮୬ରେ ବିକ୍ରୟ ହେଉଛି।
Image Courtesy of Zee Newsଚେନ୍ନାଇରେ ପେଟ୍ରୋଲ୍ ଲିଟର୍ପିଛା ଟ. ୧୦୫.୭୪ରେ କିଣା ଯାଉଥିବା ବଳେ ଡିଜେଲ୍ ଲିଟର୍ପିଛା ଟ. ୧୦୧.୯୨ରେ କିଣା ଯାଉଛି।
କୋଲ୍କାତାରେ ପେଟ୍ରୋଲ୍ ଲିଟର୍ପିଛା ଟ. ୧୦୯.୪୬ ଥିବା ବଳେ ଡିଜେଲ୍ ଲିଟର୍ପିଛା ଟ. ୧୦୦.୮୪ରେ ବିକ୍ରୟ ହେଉଛି।
ଭାରତ ପେଟ୍ରୋଲିୟମ୍, ଇଣ୍ଡିଆନ୍ ଅଏଲ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କଦ୍ୱାରା ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସଂଶୋଧନ କରାଯାଏ। ସାଧାରଣତଃ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଓ ଟଙ୍କା-ଡଲାର୍ ବିନିମୟ ମୂଲ୍ୟକୁ ଆଧାର କରି ଉପରୋକ୍ତ ଇନ୍ଧନ ଦର ଧାର୍ଯ୍ୟ କରାଯାଇଥାଏ।
ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟା ବେଳେ ସଂଶୋଧିତ ଇନ୍ଧନ ମୂଲ୍ୟ ଲାଗୁ କରାଯାଏ। କ୍ଷେତ୍ର ବିଶେଷରେ ‘ଭ୍ୟାଟ୍’, ସ୍ଥାନୀୟ ଟିକସ ଏବଂ ପରିବହନ ବ୍ୟୟକୁ ଚାହିଁ ବିଭିନ୍ନ ରାଜ୍ୟ ଓ ସହରଗୁଡ଼ିକରେ ଇନ୍ଧନ ଦରରେ ପାର୍ଥକ୍ୟ ଦେଖା ଦେଉଛି।
Follow Us