୮୦ ପଇସା ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; ୧୬ ଦିନରେ ଇନ୍ଧନ ଦର ୧୦ ଟଙ୍କା ବୃଦ୍ଧି

Advertisment
୮୦ ପଇସା ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; ୧୬ ଦିନରେ ଇନ୍ଧନ ଦର ୧୦ ଟଙ୍କା ବୃଦ୍ଧି

Image Courtesy of India Today

ନୂଆଦିଲ୍ଲୀ: ଆଜି ମଧ୍ୟ ସମଗ୍ର ଦେଶରେ ପୁଣି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଲିଟର୍‌ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ୧୬ ଦିନରେ ଉପରୋକ୍ତ ଇନ୍ଧନ ମୂଲ୍ୟ ଲିଟର୍‌ପିଛା ୧୦ ଟଙ୍କା ବୃଦ୍ଧି ପାଇଛି।

ଆଜି ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୫.୪୧ ଏବଂ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୪.୬୧ରେ ବିକ୍ରୟ ହେଉଛି।

ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୨୦.୫୧ ଏବଂ ଡିଜେଲ୍‌ ଟ. ୧୦୪.୭୭ରେ ବିକ୍ରୟ ହେଉଛି।

ସେହିପରି, ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୦.୦୯ ଏବଂ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୦.୧୮ ବିକ୍ରୟ ହେଉଛି। କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଦର ଟ. ୧୧୪.୨୮ ଥିବା ବେଳେ ଡିଜେଲ୍‌ ଲିଟର୍‌ପିଛା ଦର ଟ. ୯୯.୦୨ରେ ବିକ୍ରି ହେଉଛି।

ସାଢ଼େ ୪ ମାସ  ଅପରିବର୍ତ୍ତିତ ରହିବାପରେ ମାର୍ଚ ୨୨ ଠାରୁ ଇନ୍ଧନ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ହେଉଛି ଇନ୍ଧନ ଦରର ୧୪ଶ ବୃଦ୍ଧି। ସେହି ହିସାବରେ ମୋଟାମୋଟି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଟ. ୧୦ ବୃଦ୍ଧି ପାଇଲାଣି।

publive-image Image Courtesy of NDTV

ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଉପରୁ ଟ.୫/- ଏବଂ ଡିଜେଲ୍‌ ଉପରୁ ଟ.୧୦/- ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ପରେ କେତେକ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଉପରୁ ‘ଭାଟ୍‌’ ହ୍ରାସ କରିବା ଫଳରେ ମୋଟୋର୍‌ ଯାନ ମାଲିକମାନେ ଆଶ୍ବସ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ ଲୋକସଭାରେ କହିଛନ୍ତି ଯେ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପରେ ପରେ କେତେକ ବିକଶିତ ରାଷ୍ଟ୍ରରେ ପେଟ୍ରୋଲ୍‌ ଦର ୫୦%ରୁ ଅଧିକ ବୃଦ୍ଧି ପାଇଥିବା ବ‌େଳେ ଭାରତରେ ମାତ୍ର ୫% ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe