କ୍ରମାଗତ ଷଷ୍ଠ ଦିନରେ ବଢ଼ିଲା ଇନ୍ଧନ ମୂଲ୍ୟ: ଭୁବନେଶ୍ୱରରେ ୧୦୭ ଟଙ୍କା ଟପିଲା ଡିଜେଲ୍‌ ଦର

Advertisment

ପେଟ୍ରୋଲ୍‌ ୩୭ ପଇସା ଏବଂ ଡିଜେଲ୍‌ ୪୦ ପଇସା ବୃଦ୍ଧି

ପେଟ୍ରୋଲ୍‌ ୩୭ ପଇସା ଏବଂ ଡିଜେଲ୍‌ ୪୦ ପଇସା ବୃଦ୍ଧି

କ୍ରମାଗତ ଷଷ୍ଠ ଦିନରେ ବଢ଼ିଲା ଇନ୍ଧନ ମୂଲ୍ୟ: ଭୁବନେଶ୍ୱରରେ ୧୦୭ ଟଙ୍କା ଟପିଲା ଡିଜେଲ୍‌ ଦର

Image Courtesy of NDTV

ନୂଆଦିଲ୍ଲୀ: ଆଜିକୁ ମିଶାଇ କ୍ରମାଗତ ପାଞ୍ଚ ଦିନ ହେବ ଦେଶରେ ଇନ୍ଧନ ଦର ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଠାରୁ ଆଜି ପେଟ୍ରେଲ୍‌ ୩୭ପଇସା ଏବଂ ଡିଜେଲ୍‌ ୪୦ ପଇସା ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୦.୬୯ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୭.୩୯ ରେ ବିକ୍ରୟ ହେଉଛି।

ସେହିପରି ଜାତୀୟ ରାଜଧାନୀ ଅଞ୍ଚଳରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୯.୬୯ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୯୮.୪୨ରେ ବିକ୍ରୟ ହେଉଛି।

ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୫.୫୦ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୬.୬୨ରେ ବିକ୍ରୟ ହେଉଛି।

ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୬.୩୫ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୨.୫୯ରେ କିଣା ଯାଉଛି।

କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୦.୧୫ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୧.୫୬ରେ ବିକ୍ରୟ ହେଉଛି।

publive-image Image Courtesy of India TV News

ଭାରତ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କଦ୍ୱାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ସଂଶୋଧନ କରାଯାଏ। ସାଧାରଣତଃ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଓ ଟଙ୍କା-ଡଲାର୍‌ ବିନିମୟ ମୂଲ୍ୟକୁ ଆଧାର କରି ଉପରୋକ୍ତ ଇନ୍ଧନ ଦର ଧାର୍ଯ୍ୟ କରାଯାଇଥାଏ।

ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟା ବେଳେ ସଂଶୋଧିତ ଇନ୍ଧନ ମୂଲ୍ୟ ଲାଗୁ କରାଯାଏ। କ୍ଷେତ୍ର ବିଶେଷରେ ‘ଭ୍ୟାଟ୍‌’, ସ୍ଥାନୀୟ ଟିକସ ଏବଂ ପରିବହନ ବ୍ୟୟକୁ ଚାହିଁ ବିଭିନ୍ନ ରାଜ୍ୟ ଓ ସହରଗୁଡ଼ିକରେ ଇନ୍ଧନ ଦରରେ ପାର୍ଥକ୍ୟ ଦେଖା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe