କ୍ରମାଗତ ୩ୟ ଦିନରେ ବଢ଼ିଲା ଇନ୍ଧନ ଦର: ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୩୬ ପଇସା ଓ ଡିଜେଲ୍‌ ଦର ୩୮ ପଇସା ବୃଦ୍ଧି

କ୍ରମାଗତ ୩ୟ ଦିନରେ ବଢ଼ିଲା ଇନ୍ଧନ ଦର: ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୩୬ ପଇସା ଓ ଡିଜେଲ୍‌ ଦର ୩୮ ପଇସା ବୃଦ୍ଧି

Image Courtesy of NDTV

ନୂଆଦିଲ୍ଲୀ: ଆଜିକୁ ମିଶାଇ କ୍ରମାଗତ ତିନି ଦିନ ହେବ ଦେଶରେ ଇନ୍ଧନ ଦର ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୯.୬୧ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୫.୭୨ରେ ବିକ୍ରୟ ହେଉଛି। ଗତକାଲି ଠାରୁ ଆଜି ପେଟ୍ରେଲ୍‌ ୩୬ ପଇସା ଏବଂ ଡିଜେଲ୍‌ ୩୮ ପଇସା ବୃଦ୍ଧି ପାଇଛି। ଅପରପକ୍ଷରେ ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ରହିଛି । କାଲିମେଳାରେ ଲିଟର ପ୍ରତି ଦର ୧୧୬ ଟଙ୍କା ହୋଇଛି । ମାଲକାନଗିରିରେ ଆଜି ପେଟ୍ରାଲ୍ ଦର ୧୧୫ ଟଙ୍କା ୧୪ ପଇସା ରହିଥିବା ଜଣାଯାଇଛି।

ଜାତୀୟ ରାଜଧାନୀ ଅଞ୍ଚଳରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୮.୬୪ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୯୭.୩୭ରେ ବିକ୍ରୟ ହେଉଛି।

ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୪.୪୭ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୫.୪୯ରେ ବିକ୍ରୟ ହେଉଛି।

publive-image Image Courtesy of Mint

ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୫.୪୩ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୧.୫୯ରେ କିଣା ଯାଉଛି।

କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୯.୧୨ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୦.୪୯ରେ ବିକ୍ରୟ ହେଉଛି।

ଭାରତ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କଦ୍ୱାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ସଂଶୋଧନ କରାଯାଏ। ସାଧାରଣତଃ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଓ ଟଙ୍କା-ଡଲାର୍‌ ବିନିମୟ ମୂଲ୍ୟକୁ ଆଧାର କରି ଉପରୋକ୍ତ ଇନ୍ଧନ ଦର ଧାର୍ଯ୍ୟ କରାଯାଇଥାଏ।

ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟା ବେଳେ ସଂଶୋଧିତ ଇନ୍ଧନ ମୂଲ୍ୟ ଲାଗୁ କରାଯାଏ। କ୍ଷେତ୍ର ବିଶେଷରେ ‘ଭ୍ୟାଟ୍‌’, ସ୍ଥାନୀୟ ଟିକସ ଏବଂ ପରିବହନ ବ୍ୟୟକୁ ଚାହିଁ ବିଭିନ୍ନ ରାଜ୍ୟ ଓ ସହରଗୁଡ଼ିକରେ ଇନ୍ଧନ ଦରରେ ପାର୍ଥକ୍ୟ ଦେଖା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe