ପୁଣି ବଢ଼ିଲା ତୈଳ ଦର: ଏଥର ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ସର୍ବାଧିକ ବୃଦ୍ଧି

Advertisment
ପୁଣି ବଢ଼ିଲା ତୈଳ ଦର: ଏଥର ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ରବିବାର ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର୍‌ ପିଛା ସର୍ବାଦ୍ଧିକ ବୃଦ୍ଧି ପାଇଛି। ଆଞ୍ଚଳିକ ବିକ୍ରୟ କର ବା ଭ୍ୟାଟ୍‌ ଅନୁସାରେ ଭିନ୍ନ ଭିନ୍ନ ରାଜ୍ୟରେ ତୈଳ ଦରରେ ବିଭିନ୍ନତା ରହିଛି। ଅନ୍ୟ ମେଟ୍ରୋ ସହର ଓ ରାଜଧାନୀଗୁଡ଼ିକ ତୁଳନାରେ ଦିଲ୍ଲୀରେ ତୈଳ ଦର କମ୍‌ ରହିଛି ବୋଲି ଶୁଣିବାକୁ ମିଳିଛି।

ଦିଲ୍ଲୀରେ ପେଟ୍ରୋଲ ଦର ପିଛିା ୩୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍‌ ଦର ୨୬ ପଇସା ବଢ଼ିଛି। ମୁମ୍ବାଇରେ ପେଟ୍ରୋଲ ଦର ବୃଦ୍ଧି ପାଇ ୮୪. ୦୭ ଟଙ୍କାରେ ପହଞ୍ଚିଥିବା ବେଳେ ଭୋପାଳରେ ୮୧.୮୩ ଟଙ୍କା, ପାଟନାରେ ୮୧.୭୩ ଟଙ୍କା, ହାଇଦ୍ରାବାଦ୍‌ରେ ୮୦.୭୬ ଟଙ୍କା, ଶ୍ରୀନଗରରେ ୮୦.୩୫ ଟଙ୍କା, ରେ ପହଞ୍ଚିଛି। ସେହିପରି କୋଲକାତାରେ ପେଟ୍ରୋଲ ଦର ୭୮.୯୧ରେ ପହଞ୍ଚିଥିବା ବେଳେ ଚେନ୍ନାଇରେ ୭୯.୧୩ରେ ପହଞ୍ଚିଛି।

publive-image

ସେହିପରି ଡିଜେଲ୍‌ ଦର ହାଇଦ୍ରାବାଦ୍‌ରେ ୭୩.୪୫ ଥିବା ବେଳେ ତ୍ରିଭାନ୍ଦ୍ରମ୍‌ଠାରେ ଏହାର ଦର ରହିଛି ୭୩.୩୪ ଟଙ୍କା। ରାୟପୁରରେ ଡିଜେଲ୍‌ ଦର ୭୨.୯୬ଟଙ୍କା ରହିଥିବା ବେଳେ ଗାନ୍ଧିନଗରରେ ୭୨.୬୩ଟଙ୍କା, ଭୁବନେଶ୍ୱରରେ ୭୨.୪୩ ଟଙ୍କା, ପାଟନାରେ ୭୨.୨୪ ଟଙ୍କା, ଜୟପୁରରେ ୭୧.୯୭ ଟଙ୍କା ରାଞ୍ଚିରେ ୭୧. ୩୫ ଟଙ୍କା, ଭୋପାଳରେ ୭୧.୧୨ ଟଙ୍କା, ଏବଂ ଶ୍ରୀନଗରରେ ୭୦.୯୬ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଡିଜେଲ୍‌ ଦର ୭୧.୯୪ ହୋଇଥିବା ବେଳେ କୋଲକାତାରେ ୭୦.୧୨ ଟଙ୍କା ଏବଂ ଚେନ୍ନାଇରେ ଦର ୭୧.୩୨ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe