ପେଟ୍ରୋଲ୍‌ ପୁଣି ୩୦, ଡିଜେଲ୍ ୨୯ ପଇସା ବଢ଼ିଲା

Advertisment
ତେଲ ଟିକସ କମାଇବାକୁ ସଂସଦୀୟ କମିଟିର ପରାମର୍ଶ

Daily Pakistan.

ଭୁବନେଶ୍ବର: ଆଜି ମଧ୍ୟ ଦେଶବ୍ୟାପୀ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିଛି। ସେହି ଅନୁସାରେ ଭୁବନେଶ୍ବରରେ ପେଟ୍ରୋଲ୍ ମୂଲ୍ୟ ୩୦ ପଇସା ଓ ଡିଜେଲ୍ ଦାମ୍ ୨୯ ପଇସା ବଢ଼ିଛି। ସୋମବାର ଦିନ ସହରର ଇଣ୍ଡିଆ ଅଏଲ୍‌ ପେଟ୍ରୋଲ୍ ପମ୍ପ୍‌ରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୮୪ ଟଙ୍କା ୩୪ ପଇସା ଓ ଡିଜେଲ୍‌ ଦାମ୍ ୮୦ ଟଙ୍କା ୪୬ ପଇସା ଥିଲା। କ୍ରମାଗତ ଭାବେ ‌ତୈଳ ଦର ବୃଦ୍ଧି ପାଇବା ଗ୍ରାହକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଜାତୀୟ ସ୍ତରରେ ଏହି ଦୁଇ ତେଲ ଦାମ୍ ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ସର୍ବକାଳୀନ ରେକର୍ଡ ସ୍ତର ଆଡ଼କୁ ଅଗ୍ରସର ହେଉଛି। ଗତ ରବିବାର ଭୁବନେଶ୍ବରରେ ପେଟ୍ରୋଲ୍ ଦାମ୍ ୮୪ ଟଙ୍କା ୪ ପଇସା ଓ ଡିଜେଲ୍ ଦାମ୍ ୮୦ ଟଙ୍କା ୧୭ ପଇସା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe