ଭୁବନେଶ୍ୱରରେ ପେଟ୍ରୋଲ୍‌ ୭୫ ଟଙ୍କା ଟପିଲା

Advertisment
ସତର୍କ କଲା ଇରାନ୍‌. ଟ୍ରମ୍ପଙ୍କ ପାଇଁ ତେଲ ୧୦୦ ଡଲାର ଛୁଇଁବ

ଭୁବନେଶ୍ୱର: ଦେଶରେ ଗତ ୫ ତାରିଖଠାରୁ କ୍ରମାଗତଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ମଧ୍ୟ ଏହି ଦର ବୃଦ୍ଧିରୁ ବାଦ୍‌ ପଡ଼ିନାହିଁ। ରବିବାର ତୁଳନାରେ  ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୨୩ ପଇସା ଲେଖାଏଁ ବୃଦ୍ଧି ଘଟିଛି। ଫଳରେ ଭୁବନେଶ୍ୱରେ ପେଟ୍ରୋଲ ଦର ପୁଣି ୭୫ ଟଙ୍କା ଟପିଯାଇଛି। ଗତ ୫ ଦିନ ମଧ୍ୟରେ ପେଟ୍ରୋଲ ଦର ଭୁବନେଶ୍ୱରରେ ୮୦ ପଇସା ବୃଦ୍ଧି ପାଇଛି। ସେହିଭଳି ଡିଜେଲ ଦର ସୋମବାର ଭୁବନେଶ୍ୱରରେ ୭୨ ଟଙ୍କା ୯୭ ପଇସାରେ ପହଞ୍ଚି ଯାଇଛି। ଗତ ୫ ଦିନ ମଧ୍ୟରେ ଡିଜେଲ ଦର ମଧ୍ୟ ୭୫ ପଇସା ବୃଦ୍ଧି ଘଟିଲାଣି।  ପୂର୍ବରୁ ଗତ ମେ ମାସ ୨୦ ତାରିଖରେ ପେଟ୍ରୋଲ ଦର ୭୫ ଟଙ୍କା ଟପିବା ସହିତ ସେହିମାସ ୨୯ ତାରିଖରେ ସର୍ବାଧିକ ୭୭ ଟଙ୍କା ୨୩ ପଇସା ଛୁଇଁଥିଲା। ଏହା ପରେ ଯଦିଓ ପେଟ୍ରୋଲ ମୂଲ୍ୟ ହ୍ରାସ ଘଟିଥିଲା ତଥାପି ପ୍ରାୟ ୧ ମାସ ପର୍ଯ୍ୟନ୍ତ ୭୫ ଟଙ୍କା ଉପରେ ରହିଥିଲା। ୧୮ଦିନର ବ୍ୟବଧାନ ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ପୁଣି ୭୫ ଟଙ୍କା ଟପିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ସହ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ଯୋଗୁଁ ଦେଶରେ ତେଲ ଦର ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe