ପେଟ୍ରୋଲ୍‌ ପୁଣି ୧୦୦ ଟପିଲା

Advertisment
ପେଟ୍ରୋଲ୍‌ ପୁଣି ୧୦୦ ଟପିଲା

Sambad

ନୂଆଦିଲ୍ଲୀ : ବିିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପେଟ୍ରୋଲ୍‌ ଓ ଡିଜେଲ୍ ଦର ଗତ ଚାରି ଦିନ ହେଲାଣି କ୍ରମାଗତ ଭାବେ ବଢ଼ୁଛି। ପ୍ରାୟ ଦୁଇ ମାସ ଦର ସ୍ଥିର ରହିବା ପରେ ପୁଣି ବଢ଼ିବା ଆରମ୍ଭ କରିଛି। ଏହାର ପ୍ରଭାବରେ ରାଜସ୍ଥାନ ଓ ମଧ୍ୟପ୍ରଦେଶର କେତେକ ସ୍ଥାନରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୦୦ ଟଙ୍କା ସ୍ତର ଅତିକ୍ରମ କରିଛି। ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୧୦୨ ଟଙ୍କା ୧୫ ପଇସା ହୋଇଛି। କିଛି ମାସ ପୂର୍ବରୁ ମଧ୍ୟ ଏହି ଜିଲ୍ଲାରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କା ସ୍ତର ଟପିଥିଲା। ସେହିପରି, ମଧ୍ୟପ୍ରଦେଶର ଅନୁପୁରରେ ଏକ ଲିଟର ପେଟ୍ରୋଲ୍ ୧୦୧ ଟଙ୍କା ୮୬ ପଇସାରେ ବିକ୍ରି ହେଉଛି। ମହାରାଷ୍ଟ୍ରର ପରଭାନିରେ ପେଟ୍ରୋଲ୍ ଦାମ୍ ୯୯ ଟଙ୍କା ୯୫ ପଇସା ରହିଛି।

ଚଳିତ ବର୍ଷ ଦ୍ବିତୀୟ ଥର ଲାଗି ଦେଶର କିଛି ସ୍ଥାନରେ ପେଟ୍ରୋଲ୍ ମୂଲ୍ୟ ୧୦୦ ଟଙ୍କା ସ୍ତର ଅତିକ୍ରମ କରିଛି। ଏହା ପୂର୍ବରୁ ଫେବ୍ରୁଆରି ମଧ୍ୟ ଭାଗରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲା ଓ ମଧ୍ୟପ୍ରଦେଶରେ ପେଟ୍ରୋଲ୍ ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହୋଇଥିଲା। ‌ତୈଳ କଂପାନିଗୁଡ଼ିକ ଗତ ଫେବ୍ରୁଆରି ୨୩ ପରଠାରୁ ତେଲ ଦର ବଢ଼ାଇନଥିଲେ। ମେ' ୪ରୁ ସେମାନେ ଦରବୃଦ୍ଧି ଆରମ୍ଭ କରିଛନ୍ତି। ଗତବର୍ଷ କେନ୍ଦ୍ର ସରକାର ତେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରିବା ପରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୨୧ ଟଙ୍କା ୫୮ ପଇସା ବଢ଼ିିଥିବା ବେଳେ ଡିଜେଲ୍ ୧୯ ଟଙ୍କା ୧୮ ପଇସା ମହଙ୍ଗା ହୋଇଛି। ଏହାର ପରବର୍ତୀ ସମୟରେ ଦେଶର ତିନି ତେଲ କଂପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଏପ୍ରିଲ୍ ୧୫ ଭିତରେ ପେଟ୍ରୋଲ୍ ଦାମ୍‌ ମାତ୍ର ୬୭ ପଇସା ଓ ଡିଜେଲ୍ ଦାମ୍ ୭୪ ପଇସା କମାଇଛନ୍ତି। ଏପ୍ରିଲ୍‌ ୧୫ ପରଠାରୁ ତେଲ ଦର ବଢ଼ିନଥିଲା। ଏହା ପଛର କାରଣ ବିଷୟରେ ମଧ୍ୟ କଂପାନିଗୁଡ଼ିକ କୌଣସି ସୂଚନା ଦେଇନାହାନ୍ତି। ଟିକସ ଦୃଷ୍ଟିରୁ ଏକ ଲିଟର ପେଟ୍ରୋଲ୍‌ରେ ଟିକସ ଭାଗ ୬୦ ପ୍ରତିଶତ ଥିବା ବେଳେ ପେଟ୍ରୋଲ୍‌ରେ ୫୪ ପ୍ରତିଶତ ରହିଛି। କେନ୍ଦ୍ର ସରକାର ଏକ ଲିଟର ପେଟ୍ରୋଲ୍‌ରୁ ୩୨ ଟଙ୍କା ୯୦ ପଇସାର ଉତ୍ପାଦନ ଶୁଳ୍କ ଆଦାୟ କରୁଥିବା ବେଳେ ଡିଜେଲ୍‌ରୁ ୩୧ ଟଙ୍କା ୮୦ ପଇସାର ଟିକସ ପାଉଛନ୍ତି। ସେହିପରି, ରାଜ୍ୟଗୁଡ଼ିକ ଲଗାଇଥିବା ଭାଟ୍‌ ଅନୁସାରେ ଟିକସ ସଂଗ୍ରହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe