ବର୍ଷକରେ ପେଟ୍ରୋଲ୍ ଦାମ୍ ୭୮, ଡିଜେଲ୍‌ ୭୬ ଥର ବଢ଼ିଛି

Advertisment
ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପରେ ଫେରୁଛି ସ୍ବାଭାବିକ ପରିସ୍ଥିତି

The Hans India

ନୂଆଦିଲ୍ଲୀ: ଗତବର୍ଷ ଏପ୍ରିଲ୍‌ରୁ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟରେ ପେଟ୍ରୋଲ୍ ଦାମ୍‌ ୭୮ ଥର ଓ ଡିଜେଲ୍ ଦାମ୍ ୭୬ ଥର ବଢ଼ିଛି। ଆମ ଆଦ୍‌ମି ପାର୍ଟିର ସାଂସଦ ରାଘବ ଚଢ଼ାଙ୍କ ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ୍ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ତଥ୍ୟ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି। ସେହି ଉତ୍ତରକୁ ଟ୍ବିଟର୍‌ରେ ଜାରି କରି ଚଢ଼ା ଜଣାଇଛନ୍ତି ସାଧାରଣ ଲୋକଙ୍କୁ କିଭଳି ଲୁଟ୍‌ କରାଯାଉଛି ତାହାର ଏହା ସରକାରଙ୍କ ସ୍ପଷ୍ଟ ସ୍ବୀକାରୋକ୍ତି। ଗତ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ମୁଦ୍ରାସ୍ଫୀତି ଓ ଦରଦାମ୍ ସ୍ଥିତି ଉପରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe