ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ହୁ ହୁ ହୋଇ ବଢୁଛି ପେଟ୍ରୋଲ-ଡିଜେଲ ଦର

Advertisment
୨୪ ରାଜ୍ୟର ପେଟ୍ରୋଲ ପମ୍ପ୍‌ ଆଜି ତେଲ କିଣିବେନି, ଓଡ଼ିଶାରେ ପ୍ରଭାବ ପଡ଼ିବନି

India Today

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ତେଲ କଂପାନିଗୁଡ଼ିକ ନିୟମିତ ବ୍ୟବଧାନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ାଉଛନ୍ତି। ଏହାର ପ୍ରଭାବରେ ଗତ ଦୁଇ ସପ୍ତାହ ଭିତରେ ପେଟ୍ରୋଲ୍‌ ଦାମ୍ ୨ ଟଙ୍କା ୩୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୨ ଟଙ୍କା ୬୦ ପଇସା ମହଙ୍ଗା ହୋଇଛି। ଆଜି ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଦାମ୍ ୨୭ ପଇସା ଓ ଡିଜେଲ୍ ଦର ୨୯ ପଇସା ବଢ଼ାଇଛନ୍ତି। ଫଳରେ ଭୁବନେଶ୍ବରରେ ଏକ ଲିଟର ପେଟ୍ରୋଲ୍‌ ୯୩ ଟଙ୍କା ୫୬ ପଇସା ଓ ଡିଜେଲ୍ ୯୦ ଟଙ୍କା ୯୮ ପଇସାରେ ବିକ୍ରି ହେଉଛି।

ଏଥର ତେଲ କଂପାନିଗୁଡ଼ିକ କ୍ରମାଗତ ଭାବେ ଦୀର୍ଘଦିନ ପର୍ଯ୍ୟନ୍ତ ଦର ବଢ଼ାଉନାହାନ୍ତି। ସେମାନେ ଅଲଗା ରଣନୀତି ଆପଣାଇଛନ୍ତି। ଲଗାତାର ଦୁଇ ତିନି ଦିନ ଦାମ୍ ବଢ଼ାଇବା ପରେ ଗୋଟିଏ କିମ୍ବା ଦୁଇ ଦିନର ବିରତି ନେଉଛନ୍ତି। ଆଜି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୭୦ ଡଲାର ହୋଇଯାଇଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୩ ଟଙ୍କାରୁ ଅଧିକ ରହିିିଥିବାରୁ ଆଗାମୀ ଦିନରେ ତୈଳ ଦରବୃଦ୍ଧିରୁ ନିସ୍ତାର ମିଳିବାର ସମ୍ଭାବନା ବହୁତ କମ୍ ରହିଛି। ଯଦି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଟିକସ ହ୍ରାସ ନକରିବେ ତେବେ ଦାମ୍ କମିବ ନାହିଁ। ଏବେ ପ୍ରତି ଲିଟର ପେଟ୍ରୋଲ୍‌ରୁ ୩୨ ଟଙ୍କା ୯୦ ପଇସା ଓ ଡିଜେଲ୍‌ରୁ ୩୧ ଟଙ୍କା ୮୦ ପଇସାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଆଦାୟ କରାଯାଉଛି। ଏହା ବାଦ ରାଜ୍ୟ ସରକାର ଭାଟ୍‌ ଲାଗୁଛନ୍ତି। ଦିଲ୍ଲୀରେ ବିକ୍ରି ହେଉଥିବା ଏକ ଲିଟର ପେଟ୍ରୋଲ୍‌ ଦାମ୍‌ରେ ଟିକସ ଭାଗ ୫୮.୬ ପ୍ରତିଶତ ଥିବା ବେଳେ ଡିଜେଲ୍‌ରେ ୫୨.୮୫% ରହିଛି।

ଦେଶର କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ ଦରକୁ ନିୟନ୍ତ୍ରିତ କରାଯାଇଥିଲା। ସେହି ସମୟରେ କଂପାନିଗୁଡ଼ିକ ତେଲ ବିକ୍ରିରେ ଯେଉଁ କ୍ଷତି ସହିଥିଲେ ତାହାକୁ ଏବେ ଦରବୃଦ୍ଧି ଜରିଆରେ ଭରଣା କରୁଛନ୍ତି। ଯେହେତୁ ପ୍ରତିଦିନ ତେଲ ଦର ୨୫-୩୦ ପଇସା ଲେଖାଏଁ ବଢ଼ୁଛି ତାହାକୁ ନେଇ ଏତେଟା ହୋହାଲ୍ଲା ହେଉନାହିଁ। ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଏବେ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନର କେତେକ ସ୍ଥାନରେ ଏକ ଲିଟର ପେଟ୍ରୋଲ୍‌ ୧୦୩ ଟଙ୍କା ଭଳି ଦାମ୍‌ରେ ବିକ୍ରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe