ବଢ଼ିଲା ପେଟ୍ରୋଲ୍‌, ଡିଜେଲ୍‌ ଦର: ୫ ବର୍ଷରେ ସର୍ବାଧିକ

Advertisment
ରେକର୍ଡ ଭାଙ୍ଗିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦେଶର ଅନେକ ସହରେ ପେଟ୍ରୋଲ୍‌ ଦର ବଢ଼ବାରେ ଲାଗିଛି। ବିଜେପି ସରକାରଙ୍କ ସମୟରେ ହିଁ ସବୁଠାରୁ ଅଧିକ ଦର ବଢ଼ିଛି ବୋଲି ଜାଣିବାକୁ ମିଳିଛି। ପେଟ୍ରୋଲ୍‌ ପରି ଡିଜେଲ୍‌ ଦର ବି ଆକାଶଛୁଆଁ ପାଲଟିଛି। ଦିଲ୍ଲୀରେ ପଟ୍ରୋଲ ଏବଂ ଡିଜେଲ୍‌ର ଲିଟର୍‌ ପିଛା ନକଟରେ ୧୯ ପଇସା ବୃଦ୍ଧି ପାଇଛି। ଅଏଲ୍‌ ଫାର୍ମ ପକ୍ଷରୁ ଦର ବୃଦ୍ଧି କରାଯାଇଥିବା ନେଇ ଏବେ ଲୋକ ଅସନ୍ତୋଷ ଦେଖିବାକୁ ମିଳିଛି।

ଏବେ ଦିଲ୍ଳୀରେ ପେଟ୍ରୋଲ୍‌ ଦର ରହିଛି ଲିଟର୍‌ ପିଛା ୭୪.୪୦ ଟଙ୍କା। ଜାଣିବାକୁ ମିଳିଛି ଯେ ୨୦୧୩ ସେପ୍ଟେମ୍ବର ୧୪ ତାରିଖରେ ପରଠାରୁ ଏହା ସର୍ବାଦ୍ଧିକ ବୃଦ୍ଧି ପାଇଥିବା ଦର।

publive-image

ଅନ୍ୟ ସମସ୍ତ ଦକ୍ଷିଣ ଏସୀୟ ଦେଶ ତୁଳନାରେ ପେଟ୍ରୋଲ ଓ ଡିଜେଲ୍‌ ଦର ଭାରତରେ ସର୍ବାଧିକ। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ୨୦୧୪ରୁ ୨୦୧୬ ଭିତରେ ୯ ଥର ଉତ୍ପାଦ ଶୁକ୍ଳ ବୃଦ୍ଧି କରି ସାରିଲେଣି। ମାତ୍ର ଥରୁଟିଏ ଦର ହ୍ରାସ କରାଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଏତେ ଦିନ ପରେ ଥରେ ମାତ୍ର ପେଟ୍ରୋଲ୍‌ ଉପରେ ଲିଟର୍‌ ପିଛା ୨ ଟଙ୍କା ହ୍ରାସ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe