The Hans India
ଇସଲାମାବାଦ : ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପେଟ୍ରୋଲ୍ର ଲିଟର ପିଛା ଦାମ୍ ୧୨ ଟଙ୍କା ବଢ଼ିଥିବା ବେଳେ ଡିଜେଲ୍ ମୂଲ୍ୟ ୯ ଟଙ୍କା ୫୦ ପଇସା ବଢ଼ିଛି। ଏହା ପରେ ପେଟ୍ରୋଲ୍ ଦାମ୍ ୧୫୯ ଟଙ୍କା ୮୬ ପଇସା ଓ ଡିଜେଲ୍ ୧୨୩ ଟଙ୍କା ୯୭ ପଇସାକୁ ବୃଦ୍ଧି ପାଇଛି। କିରାସିନି ଦାମ୍ ମଧ୍ୟ ୧୧୬ ଟଙ୍କା ୪୮ ପଇସାରୁ ବୃଦ୍ଧି ପାଇ ୧୨୬ ଟଙ୍କା ୫୬ ପଇସା ହୋଇଯାଇଛି। ଫେବ୍ରୁଆରି ୨୮ରୁ ପାକିସ୍ତାନରେ ନୂଆ ଦର ଲାଗୁ ହେବ। ତୈଳ ଦରରେ ଏଭଳି ବଡ଼ ଧରଣର ବୃଦ୍ଧି ଯୋଗୁଁ ପାକିସ୍ତାନରେ ଇମ୍ରାନ୍ ଖାନ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି।
  
 Follow Us