ଜୁନ ପ୍ରଥମ ଭାଗରେ ପେଟ୍ରୋଲ ବିକ୍ରି ୫୪% ବୃଦ୍ଧି

Advertisment
ଘରୋଇ ସଂସ୍ଥା ପେଟ୍ରୋଲ୍‌ ପମ୍ପ୍‌ରେ ତେଲ ୧ ଟଙ୍କା ଶସ୍ତା: ସରକାରୀ ପେଟ୍ରୋଲ୍‌ ପମ୍ପ୍‌ରେ ଗତବର୍ଷରୁ ବଦଳିନି ଦାମ୍

Business Today

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ଯେତେ ବଢିଲେ ବି ଦେଶରେ ତାହାର ବ୍ୟବହାର ବଢିଚାଲିଛି । ଗତ ମାସରେ ସରକାର ପେଟ୍ରୋଲ ଓ ଡିଜେଲ ଦର କମାଇବା ସତ୍ତ୍ବେ ବି ତାହା ଏବେ ବି ମହଙ୍ଗା ରହିଛି । ଏହା ସତ୍ତ୍ବେ ଦେଶରେ ପେଟ୍ରୋଲ ଓ ଡିଜେଲ ବିକ୍ରି ବଢିଚାଲିଛି ।

ସରକାରୀ ତଥ୍ୟ ଅନୁସାରେ ଚଳିତ ଜୁନ ମାସର ପ୍ରଥମ ଭାଗ (୧ରୁ ୧୪ ତାରିଖ)ରେ ଦେଶରେ ପେଟ୍ରୋଲ ବିକ୍ରି ୫୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଡିଜେଲ ବିକ୍ରି ୪୮ ପ୍ରତିଶତ ବୃଦ୍ଧି ପାଇଛି । ଜୁନ ମାସରେ ଦେଶରେ ୧.୨୮ ନିୟୁତ ଟନ ପେଟ୍ରୋଲ ବିକ୍ରି ହୋଇଛି । ଗତ ବର୍ଷ ଜୁନ ମାସରେ ଦେଶର କେତେକ ରାଜ୍ୟରେ ଲକଡାଉନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ବିକ୍ରି ହ୍ରାସ ପାଇଥିଲା । ତେବେ କୋଭିଡ ପୂର୍ବ ବର୍ଷ ଅର୍ଥାତ ୨୦୧୯ ଜୁନ ମାସରେ ଦେଶରେ ପ୍ରାୟ ୧.୦୨ ନିୟୁତ ଟନ ପେଟ୍ରୋଲ ବିକ୍ରି ହୋଇଥିଲା । ଏଣୁ ୨୦୧୯ ଜୁନ ତୁଳନାରେ ଚଳିତ ଜୁନରେ ପେଟ୍ରୋଲ ବିକ୍ରି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଜୁନ ୧ରୁ ୧୪ ତାରିଖ ମଧ୍ୟରେ ଦେଶରେ ୩.୪ ନିୟୁତ ଟନ ଡିଜେଲ ବିକ୍ରି ହୋଇଛି, ଯାହାକି ଗତ ବର୍ଷ ଜୁନର ସମାନ ସମୟ ତୁଳନାରେ ୪୮ ପ୍ରତିଶତ ଅଧିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe