ଅଭାବ ପୂରଣ ପାଇଁ ଶେଷରେ ପେଟ୍ରୋଲ୍ ଆମଦାନି: ଅଶୋଧିତ ତୈଳ ବିକ୍ରି ଉପରୁ କଟକଣା ହଟିଲା

Advertisment

ଉପକୃତ ‌ହେବେ ଓଏନ୍‌ଜିସି, ବେଦାନ୍ତ

ଉପକୃତ ‌ହେବେ ଓଏନ୍‌ଜିସି, ବେଦାନ୍ତ

ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପରେ ଫେରୁଛି ସ୍ବାଭାବିକ ପରିସ୍ଥିତି

The Hans India

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ୍‌କୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେ ସିଧାସଳଖ ଏହି ଦୁଇ ପ୍ରକାର ତେଲ ଆମଦାନି କରିବାକୁ ପଡ଼ୁଛି। ଜୁନ୍‌ ମାସର ପ୍ରଥମ ୧୫ ଦିନରେ ପେଟ୍ରୋଲ୍ ଆମଦାନି ୭% ବୃଦ୍ଧି ପାଇ ଦୈନିକ ୧୩,୦୦୦ ବ୍ୟାରେଲରେ ପହଞ୍ଚିଛି। ସେହି ସମୟରେ ଦୈନିକ ଡିଜେଲ୍ ଆମଦାନି ୪୮,୦୦୦ ବ୍ୟାରେଲ୍‌ରୁ ଅଧିକ ହୋଇଯାଇଛି। ଦେଶର ‌ବିଭିନ୍ନ ରାଜ୍ୟରେ ବିଶେଷ କରି ଗୁଜରାଟ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତାମିଲନାଡୁରେ ପେଟ୍ରୋଲ୍‌ ଓ ଡିଜେଲ୍‌ର ଅଭାବ ଦେଖାଦେଇଛି। କୁହାଯାଉଛି ଯେ ୟୁକ୍ରେନ୍‌-ରୁଷ୍ ଯୁଦ୍ଧ ପରେ ବିଶ୍ବ ବଜାରରେ ତୈଳ ମହଙ୍ଗା ହୋଇଛି। ଏହି ସମୟରେ ରୁଷ୍‌ ରିହାତିରେ ବିକୁଥିବା ଅଶୋଧିତ ତେଲକୁ କିଣି ତାହାକୁ ବିଶୋଧନ କରି ଭାରତର ଘରୋଇ ବିଶୋଧନକାରୀମାନେ ଚଢ଼ା ଦାମ୍‌ରେ ବିଦେଶକୁ ରପ୍ତାନି କରୁଛନ୍ତି। ସେଥିପାଇଁ ପେଟ୍ରୋଲ ଓ ଡିଜେଲ୍‌ର ଅଭାବ ସୃଷ୍ଟି ହୋଇଛି। ଦେଶ ଭିତରେ ଚାହିଦାରେ ହୋଇଥିବା ବୃଦ୍ଧିକୁ ପୂରଣ କରିବା ଲାଗି ସରକାରୀ ତୈଳ କଂପାନିଗୁଡ଼ିକ ପେଟ୍ରୋଲ୍ ଓ ଡିଜେଲ୍ ଆମଦାନି କରିବାକୁ ପଡ଼ୁଛି।

କିଛି ଦିନ ପୂର୍ବେ ପେଟ୍ରୋଲ ଓ ଡିଜେଲ୍‌ ଅଭାବକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ସରକାର ଖଣ୍ଡନ କରିଥିଲେ। ଚାହିଦାରେ ହେବାକୁ ଥିବା ଯେକୌଣସି ପ୍ରକାର ବୃଦ୍ଧିର ମୁକାବିଲା କରିବାକୁ ଦେଶରେ ଯଥେଷ୍ଟ ପରିମାଣର ତେଲ ଅଛି ବୋଲି ସରକାର କହିଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ପେଟ୍ରୋଲ ଓ ଡିଜେଲ୍ ଚାହିଦାରେ ୫୦% ବୃଦ୍ଧି ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଚାହିଦା ବଢ଼ିଛି। କୃଷି କାର୍ଯ୍ୟ ଚାଲିଥିବାରୁ ମଧ୍ୟ ତେଲ ଚାହିଦା ବଢ଼ିଥିବା କୁହାଯାଉଛି।

ଅନ୍ୟ ପକ୍ଷରେ, ଦେଶ ଭିତରେ ଓଏନ୍‌ଜିସି ଓ ବେଦାନ୍ତ ଭଳି ସଂସ୍ଥା ଉତ୍ପାଦନ କରୁଥିବା ଅଶୋଧିତ ତେଲକୁ ଦେଶ ଭିତରର ବିଶୋଧନକାରୀମାନଙ୍କୁ ବିକ୍ରି କରିପାରିବେ ବୋଲି ସରକାର ଅନୁମତି ପ୍ରଦାନ କରିଛନ୍ତି। ତେଲ ଆମଦାନି ଉପରେ ରହିଥିବା ନିର୍ଭରଶୀଳତା କମ୍ କରିବା ଲାଗି ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ଅନୁମୋଦନ ପ୍ରଦାନ କରିଛି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଅକ୍ଟୋବର ୧ରୁ କଂପାନିଗୁଡ଼ିକ ସ୍ଥାନୀୟ ବଜାରରେ ଅଶୋଧିତ ତେଲ ବିକ୍ରି କରିବାର ସ୍ବାଧୀନତା ପାଇବେ। କିନ୍ତୁ, ଅଶୋଧିତ ତେଲ ରପ୍ତାନି ଉପରେ ରହିଥିବା କଟକଣା ବଳବତ୍ତର ରହିବ। ତେଣୁ, ଆଗାମୀ ଦିନରେ ଓଏନ୍‌ଜିସି ବର୍ଷକୁ ମୁମ୍ବାଇ ହାଇ ଫିଲ୍ଡରୁ ଉତ୍ପାଦନ କରୁଥିବା ୧୩-୧୪ ନିୟୁତ ଅଶୋଧିତ ତୈଳକୁ ଦେଶ ଭିତରର ରିଫାଇନାରିଗୁଡ଼ିକୁ ବିକ୍ରି କରିପାରିବେ। ପ୍ରଚଳନରେ ଥିବା ବ୍ୟବସ୍ଥା ଅନୁସାରେ କେଉଁ ତୈଳ କ୍ଷେତ୍ରରୁ କେଉଁ ସଂସ୍ଥା କେତେ ତେଲ କିଣିପାରିବ ତାହା ସରକାର ନିର୍ଧାରଣ କରୁଥିଲେ। ବ୍ୟବସ୍ଥା ଉପରେ ରହିଥିବା ନିୟନ୍ତ୍ରଣକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ତୈଳ ଉତ୍ପାଦନକାରୀ କଂପାନିଗୁଡ଼ିକ ଇ-ନିଲାମ ଜରିଆରେ ଯିଏ ଅଧିକ ଟଙ୍କା ଦେବ ତାହାକୁ ତେଲ ବିକ୍ରି କରିବାର ସ୍ବାଧୀନତା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe