୧୫ ସୁଦ୍ଧା ଶସ୍ତା ହେବ ପେଟ୍ରୋଲ୍‌, କେନ୍ଦ୍ର ସରକାର କମାଇ‌ବେ ଟିକସ

ପେଟ୍ରୋଲ୍‌ ପୁଣି ୧୦୦ ଟପିଲା

Sambad

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧି ନେଇ ଲୋକଙ୍କ ମନରେ ତୀବ୍ର ଅ‌ସନ୍ତୋଷ ସୃଷ୍ଟି ହେଲାଣି। ଦର ଲୋକଙ୍କ ପାଇଁ ଅସହ୍ୟ ‌େହାଇଥିବା ସରକାର ଜାଣିପାରିଛନ୍ତି। ଏହାକୁ ନେଇ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର। ନିଜ ସାଂସଦ ସୁବ୍ରମଣ୍ୟମ୍ ସ୍ବାମୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସବୁ ମହଲରେ ସମାଲେ‌ାଚିତ ହୋଇଛନ୍ତି ସରକାର। ତେଣୁ ତେଲରୁ ଅସୁଲ କରାଯାଉଥିବା ଟିକସ ହ୍ରାସ କରିବା ଉପରେ ସରକାର ବିଚାର କରୁଥିବା ଜଣାପଡ଼ିଛି। ବିଶେଷକରି ଉତ୍ପାଦ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବିଚାର କରୁଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଏ ନେଇ କିଛି ନିଷ୍ପତ୍ତି ନିଆଯିବ ବୋଲି ଏକ ସୂତ୍ରରୁ ଜଣାଯାଇଛି।
ଗତବର୍ଷ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୨ ଥର ବହୁମାତ୍ରାରେ ବଢ଼ାଇଥିଲେ। ଅଶୋଧିତ ତେଲ ଦର ହ୍ରାସର ଲାଭ ଖାଉଟିକୁ ଦେବା ପରିବର୍ତ୍ତେ ସରକାର ନିଜେ ଏହାକୁ ନେଇଥିଲେ। କେବଳ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ ନୁହେଁ ରାଜ୍ୟ ସରକାରଗୁଡ଼ିକ ଆଦାୟ କରୁଥିବା ଭାଟ୍‌ ହ୍ରାସ ସଂପର୍କରେ ମଧ୍ୟ କିଛି ରାଜ୍ୟ ସହ ଆଲୋଚନା ଚଳାଇଛନ୍ତି।

ଚଳିତମାସରେ ୫ଟି ରାଜ୍ୟରେ ନିର୍ବାଚନ ଅଛି। ପେଟ୍ରୋଲ ଏବଂ ଡିଜେଲ ଦର ଉଚ୍ଚା ରହିଲେ ଏହି ସବୁ ରାଜ୍ୟର ଭୋଟରମାନେ ବିଜେପି ବିରୋଧରେ ଯାଇପାରନ୍ତି। ତେଣୁ ଏସବୁକୁ ବିଚାରକୁ ନେଇ ସରକାର ତେଲ ଦର ହ୍ରାସ କରିବେ ବୋଲି ଆଶା କରାଯାଉଛି। ଗତ କିଛିଦିନ ମଧ୍ୟରେ ଆସାମ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ରାଜସ୍ଥାନ ଏବଂ ପଞ୍ଜାବ ଭଳି ରାଜ୍ୟ ତେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ଫଳରେ ଟିକସ କମାଇବା ଲାଗି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ହୋଇଛି। ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ଏବେ ୯୨ ଟଙ୍କା ଥିବା ବେଳେ ଡିଜେଲ୍‌ ଦାମ୍ ୮୯ ଟଙ୍କା ପାଖାପାଖି ରହିଛି। ଇତି ମଧ୍ୟରେ ଏଲ୍‌ପିଜି ଦାମ୍‌ରେ ହେଉଥିବା ବାରମ୍ବାର ବୃଦ୍ଧିକୁ ନେଇ ମଧ୍ୟ ଜନ ସାଧାରଣ ଚିନ୍ତିତ ହୋଇପଡ଼ିଛନ୍ତି। ଡିସେମ୍ବର ପରେ ‌ଏଲ୍‌ପିଜି ଦାମ୍ ଛଅ ଥରରେ ୨୨୫ ଟଙ୍କା ବଢ଼ିଛି। ଗତକାଲି ଏଲପିଜି ଦାମ୍ ୨୫ ଟଙ୍କା ବଢ଼ିବା ପରେ ଖୋର୍ଦ୍ଧାରେ ସିଲିଣ୍ଡର ଦାମ୍ ୮୪୫.୫୦ ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe