୨୦୦୦ ଟଙ୍କିଆରେ ଫୋନ୍ କିଣା: ସୁନା, ପେଟ୍ରୋଲ୍ ପରେ ସ୍ମାର୍ଟଫୋନ୍‌

Advertisment

ଜନସ୍ବାର୍ଥ ମାମଲାର ଶୁଣାଣି ସୋମବାର

ଜନସ୍ବାର୍ଥ ମାମଲାର ଶୁଣାଣି ସୋମବାର

୨୦୦୦ ଟଙ୍କିଆରେ ଫୋନ୍ କିଣା: ସୁନା, ପେଟ୍ରୋଲ୍ ପରେ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରିବା ପରଠାରୁ ସେହି ନୋଟ୍ ରଖିଥିବା ଲୋକମାନେ ବିଭିନ୍ନ ଉପାୟରେ ତାହାକୁ ଖର୍ଚ୍ଚ କରିବାକୁ ଉଦ୍ୟମ କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସୁନା ଅଳଙ୍କାର କିଣିବା ଲାଗି ୨୦୦୦ ଟଙ୍କିଆ ରଖିଥିବା ଲୋକମାନେ ଭିଡ଼ ଲଗାଇଥିଲେ। ଏଥି ସହିତ ଦେଶର ବିଭିନ୍ନ ପେଟ୍ରୋଲ୍‌ ପମ୍ପ୍‌ରେ ମଧ୍ୟ ତାହାକୁ ଚଳାଇବା ଲାଗି ଉଦ୍ୟମ କରିଥିଲେ। ବିଳାସପୂର୍ଣ୍ଣ ଓ ଦାମୀ ଜିନିଷ ବିକ୍ରି କରୁଥିବା ଷ୍ଟୋର୍‌ରେ ମଧ୍ୟ ସେମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏବେ ୨୦୦୦ ଟଙ୍କିଆ ଦେଇ ଫୋନ୍‌ କିଣିବାର ନୂଆ ଧାରା ଆରମ୍ଭ ହୋଇଛି।

ଦେଶରେ ଥିବା ସ୍ମାର୍ଟଫୋନ୍ ଷ୍ଟୋର୍‌ଗୁଡ଼ିକରେ ବିକ୍ରି କିଛି ଦିନ ଭିତରେ ବୃଦ୍ଧି ପାଇଛି। ନଗଦରେ ହେଉଥିବା କାରବାର ୧୦-୧୧ ପ୍ରତିଶତ ବଢ଼ିଛି। କେଉଁ ହ୍ୟାଣ୍ଡ୍‌ସେଟ୍‌ କିଣିବା ଲାଗି କେତୋଟି ୨୦୦୦ ଟଙ୍କିଆ ନୋଟ୍ ଦରକାର ତାହାର ସୂଚନା ଦୋକାନ ବାହାରେ ରହୁଛି। ବିଭିନ୍ନ କାରଣ ଯୋଗୁଁ ଫୋନ୍ ବିକ୍ରି ମାନ୍ଦା ଥିବା ବେଳେ ୨୦୦୦ ଟଙ୍କିଆ ବାହାନାରେ ବିକ୍ରି ବଢ଼ାଇବା ଲାଗି ଫୋନ୍ ଦୋକାନିମାନେ ଉଦ୍ୟମ କରୁଛନ୍ତି। କିଛି ଦୋକାନି ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ନଗଦ କାରବାର ଉପରେ ରିହାତି ମଧ୍ୟ ଦେଉଛନ୍ତି। ୨୦୦୦ ଟଙ୍କିଆକୁ ବ୍ୟାଙ୍କରେ ବଦଳାଇବା କିମ୍ବା ଜମା କରିବା ଲାଗି ଲୋକମାନଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଥରକେ ୧୦ ଖଣ୍ଡ ୨୦୦୦ ଟଙ୍କିଆ ବଦଳାଇବା ଅନୁମତି ଦିଆଯାଇଛି। ମାତ୍ର ଟିକସ ବିଭାଗ ନଜରରେ ଆସିବା ଭୟ ଥିବାରୁ ଲୋକମାନେ ବ୍ୟାଙ୍କ ନଯାଇ ଅନ୍ୟାନ୍ୟ ଗଳାବାଟରେ ୨୦୦୦ ଟଙ୍କିଆକୁ ଖର୍ଚ୍ଚ କରିବା ଲାଗି ଉଦ୍ୟମ କରୁଛନ୍ତି।

୨୦୦୦ ଟଙ୍କିଆ ପ୍ରତ୍ୟାହାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତା ସୋମବାର ହେବ। ବିନା ପରିଚୟପତ୍ରରେ ନୋଟ୍ ବଦଳ ସୁବିଧା ଦେବା ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେଇଥିବା ନିଷ୍ପତ୍ତିକୁ ବି‌ରୋଧ କରି ବିଜେପି ନେତା ତଥା ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe