ଇଣ୍ଟରନେଟ୍‌ରୁ କରିହେବ ଫୋନ୍‌ କଲ୍‌

Advertisment
କମ୍ପ୍ୟୁଟରୀକରଣରେ ବାଧକ ସାଜିଛି ଇଣ୍ଟରନେଟ୍ ନେଟ୍‌ୱର୍କ: ୪୫୮ ସମବାୟ ସମିତିରେ ନାହିଁ ସୁବିଧା

ନୂଆଦିଲ୍ଲୀ: ମୋବାଇଲ୍‌ରେ ବାଲାନ୍ସ ଆଉ କିମ୍ବା ନଥାଉ ବିଶେଷ କିଛି ଫରକ ପଡ଼ିବ ନାହିଁ। ଯଦି ଇଣ୍ଟରନେଟ୍‌ ସୁବିଧା ଅଛି ତେବେ ତାହାକୁ ବ୍ୟବହାର କରି ଲୋକମାନେ ଫୋନ୍‌ କରିପାରିବେ। ବ୍ରଡ୍‌ବ୍ୟାଣ୍ଡ୍‌, ଓ୍ଵାଇ-ଫାଇ, ୪ଜି ଓ ୩ଜି ଡାଟା ଥିଲେ ଫୋନ୍‌ କଲ୍‌ କରିହେବ। ରାଷ୍ଟ୍ରାୟତ୍ତ ଦୂରସଂଚାର କଂପାନି ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ଆଜି ଦେଶର ପ୍ରଥମ ଇଣ୍ଟରନେଟ୍‌ ଟେଲିଫୋନି ସେବା ଆରମ୍ଭ କରାଯାଇଛି। ଚଳିତ ସପ୍ତାହରୁ ଏହି ସେବା ପାଇଁ ପଞ୍ଜୀକରଣ ଆରମ୍ଭ କରାଯିବ। ଜୁଲାଇ ୨୫ ପରଠାରୁ ସେବା ଉପଲବ୍ଧ ହେବ। ବାର୍ଷିକ ୧୦୯୯ ଟଙ୍କାର ଆକ୍ଟିଭେସନ୍‌ ଫି’ ଦେଇ ଗ୍ରାହକମାନେ ଏକ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଅଡିଓ ଓ ଭିଡିଓ କଲ୍‌ କରିପାରିବେ। ଫୋନ୍‌ କରିବା ବେଳେ ଫୋନ୍‌ ବୁକ୍‌ରେ ଥିବା ନମ୍ବରକୁ ବ୍ୟବହାର କରିହେବ।

କିଭଳି କାମ କରିବ
• ଓ୍ଵିଙ୍ଗସ୍‌ ନାମକ ଏକ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ
• ସେହି ଆପ୍‌ ଜରିଆରେ ଫୋନ୍‌ କଲ୍‌ କରିହେବ
• ଏକ ସ୍ୱତନ୍ତ୍ର ନମ୍ବର ସହିତ ଆପ୍‌ର ଲିଙ୍କ୍‌ ରହିବ
• ସେହି ନମ୍ବର ଜରିଆରେ ଫୋନ୍‌ କଲ୍‌ କରିହେବ ଓ କଲ୍‌ ରିସିଭ୍‌ କରିହେବ
• ଏଥିପାଇଁ କୌଣସି ନୂଆ ସିମ୍‌ ନେବାକୁ ପଡ଼ିବନି
• ଯେକୌଣସି କଂପାନିର ନମ୍ବରକୁ ଫୋନ୍‌ କଲ୍‌ କରିହେବ
• ଭିଡିଓ କଲ୍‌ କେବଳ ଓ୍ଵିଙ୍ଗସ୍‌ରୁ ଓ୍ଵିଙ୍ଗସ୍‌କୁ ହୋଇପାରିବ
• ଇଣ୍ଟରନେଟ୍‌ ଯେକୌଣସି କଂପାନିର ହେଲେ ଚଳିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe