ନୂଆଦିଲ୍ଲୀ: ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଚୟନ ହୋଇଥିବା ଅଭିଜିତ୍ ବାନାର୍ଜୀଙ୍କୁ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଅଭିନନ୍ଦନ ଜଣାଇଥିଲେ ମଧ୍ୟ ଭାରତରେ ଲୋକମାନେ ତାଙ୍କ ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି ବୋଲି କହିଛନ୍ତି। ଗୋୟଲ କହିଛନ୍ତି, ଅଭିଜିତ୍ ବାନାର୍ଜୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଜଣେ ଭାରତୀୟ ଭାବେ ମୁଁ ଗର୍ବ ଅନୁଭବ କରୁଛି। କିନ୍ତୁ, ଅଭିଜିତ୍ ସମ୍ପୂର୍ଣ୍ଣ ଭାବେ ଜଣେ ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତି। କଂଗ୍ରେସର ‘ନ୍ୟାୟ’ ଯୋଜନାକୁ ଅଭିଜିତ୍ ପ୍ରଶଂସା କରିଥିବା ବେଳେ ଲୋକମାନେ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି ବୋଲି ପୀୟୂଷ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us