ନେଦରଲାଣ୍ଡ ଯିବାର ଥିଲା ତୁର୍କୀକୁ କେମିତି ଗହମ ଗଲା: ପୀୟୂଷ ଗୋୟଲ

ସାହସ ଅଛି ତ ବାରାଣାସୀରୁ ଲଢ଼ି ଦେଖାଅ, ରାହୁଲଙ୍କୁ ଚ୍ୟାଲେଞ୍ଜ କଲେ ପୀୟୂଷ

image source-dnaindia

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଗହମ ସଙ୍କଟ ଦେଖାଦେଇଛି। ଗହମ ପାଇଁ ଭାରତ ଆଗରେ ଅନେକ ଦେଶ ହାତ ପତାଉଥିବା ବେଳେ ତୁର୍କୀ ଭାରତରୁ ରପ୍ତାନୀ‌ ହୋଇଥିବା ଗହମକୁ ଖରାପ ଅଛି ବୋଲି କହି ଫେରାଇ ଦେଇଥିବା ଜଣାପଡ଼ିଛି। ତୁର୍କୀ କହିଛି ଯେ ଭାରତରୁ ଆସିଥିବା ଗହମରେ ରୁବେଲା ଭୂତାଣୁ ଚିହ୍ନଟ ହୋଇଛି। ଗହମରେ ଫାଇଟୋସାନିଟାରୀ ସମସ୍ୟାକୁ ତୁର୍କୀ ଦର୍ଶାଇଛି। ଏହି କାରଣ ଦର୍ଶାଇ ମେ’ ୨୯ରେ, ତୁର୍କୀ ଭାରତରୁ ରପ୍ତାନୀ ହୋଇଥିବା ଗହମକୁ ଫେରାଇ ଦେଇଛି।

ତେବେ ଏହାକୁ ନେଇ ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଏକ ଦେଶ ଭାରତର ଗହମକୁ ପୁଣି ପଠାଇ ଦେଇଛି। ମାମଲାର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ରପ୍ତାନି ଆଇଟିସି ଲିମିଟେଡ କରିଥିଲା। ସେ କହିଛନ୍ତି ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନେଦରଲାଣ୍ଡ ଆଇଟିସିରୁ ଏହି ସାମଗ୍ରୀ(ଗହମ) କିଣିଥିଲା ।

ଆଇଟିସି ଏହି ଗହମ ନେଦରଲାଣ୍ଡକୁ ପଠାଇଥିଲା, କିନ୍ତୁ ଏହା ତୁର୍କୀରୁ ଫେରିଆସିବା ବାବଦରେ ସେମାନେ କିଛି ଜାଣିନାହାନ୍ତି | କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ନେଦରଲ୍ୟାଣ୍ଡକୁ ଆଇଟିସି ଗହମ ରପ୍ତାନି କରିଛି। ତେବେ ଏହି ଗହମ ନେଦରଲାଣ୍ଡ ବଦଳରେ କିଭଳି ତୁର୍କୀକୁ ଯାଇଥିଲା ତାହା ଅନୁସନ୍ଧାନ କରାଯାଉଛି | ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଭାରତର ଗହମ ଭଲ ଗୁଣବତ୍ତା ହୋଇଥିବାବେଳେ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe