ସମ୍ବଲପୁର: ନର୍ଦନ୍ କୋଲ୍ଫିଲ୍ଡ ଲିମିଟେଡ୍ (ଏନ୍ସିଏଲ୍)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ପ୍ରଭାତ କୁମାର ସିହ୍ନା ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ଶନିବାର ପୂର୍ବତନ ଏମ୍ସିଏଲ୍ ଅଧ୍ୟକ୍ଷ ଭୋଳାନାଥ ଶୁକ୍ଳା ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏନ୍ଆଇଟି ରାୟପୁରରୁ ବିଟେକ୍ ଓ ଆଇଆଇଟି ଧାନବାଦରୁ ଏମ୍ଟେକ୍ ଡିଗ୍ରି ହାସଲ କରିଥିବା ଶ୍ରୀ ସିହ୍ନା କୋଲ୍ ଇଣ୍ଡିଆରେ ୩୭ ବର୍ଷରୁ ଅଧିକ କାଳ କାର୍ଯ୍ୟ କରି ବିଭିନ୍ନ ଖୋଲା ଓ ଭୂତଳ ଖଣି ସଂପର୍କରେ ଗଭୀର ଅଭିଜ୍ଞତା ରଖିଛନ୍ତି। ସେ କୋଲ୍ ଇଣ୍ଡିଆର ବିଭିନ୍ନ ସହଯୋଗୀ କମ୍ପାନିରେ ମଧ୍ୟ ଭିନ୍ନ ଭିନ୍ନ ପଦପଦବିରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଏନ୍ସିଏଲ୍ ସିଏମ୍ଡି ହେବା ପୂର୍ବରୁ ସେ ସାଉଥ୍ ଇଷ୍ଟର୍ନ କୋଲ୍ଫିଲ୍ଡ ଲିମିଟେଡ୍ (ଏସ୍ଇସିଏଲ୍), ବିଲାସପୁରରେ ବୈଷୟିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us