୬୦୦ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବନ୍ଦ ଯୋଜନା

Advertisment
୬୦୦ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବନ୍ଦ ଯୋଜନା

Image Courtesy of The Economic Times

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଦେଶରେ ଟ୍ରେନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଏପର୍ଯ୍ୟନ୍ତ ଏହା ସ୍ବାଭାବିକ ହୋଇନାହିଁ। ତେବେ ଟ୍ରେନ ଚଳାଚଳ ସ୍ବାଭାବିକ ହେଲେ ନୂଆ ସମୟ ସାରଣୀ ଅନୁସାରେ ଏଗୁଡ଼ିକ ଚାଲିବ। ଏଥିରେ ଅନେକ ନୂତନତ୍ବ ଦେଖିବାକୁ ମିଳବ। ଆଇଆଇଟି ମୁମ୍ବାଇ ସହଯୋଗରେ ପ୍ରସ୍ତୁତ ହୋଇଥିବା ଜିରୋ ବେସ୍‌ଡ ଟାଇମ ଟେବୁଲ୍‌ରେ ପାଖାପାଖି ୬୦୦ ମେଲ୍ ଓ ‌ଏକ୍ସପ୍ରେସ ଟ୍ରେନକୁ ବନ୍ଦ କରି ଦିଆଯାଇପାର‌େ।

ସେହିଭଳି ରାତ୍ରିକାଳୀନ ରହଣି ସମତେ ୧୦୨୦୦ ‌ସ୍ଥାନରେ ଟ୍ରେନର ରହଣିକୁ ବନ୍ଦ କରି ଦିଆଯାଇପାରେ। ଯୋଜନା ଅନୁଯାୟୀ, ୩୬୦ଟି ପାସେଞ୍ଜର ଟ୍ରେନକୁ ମେଲ୍ କିମ୍ବା ଏକ୍ସପ୍ରେସ ଟ୍ରେନରେ ପରିବର୍ତ୍ତନ କରାଯିବ। ୧୨୦ଟି ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ସୁପର ଫାଷ୍ଟ ଟ୍ରେନରେ ରୂପାନ୍ତରିତ କରାଯିବ। ରେଳ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଯୋଜନା ପ୍ରସ୍ତୁତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe