ରନୱେରୁ ଖସି ସମୁଦ୍ରରେ ପଶିଲା ବିମାନ, ସୋସିଆଲ୍‌ ମିଡିଆରେ ଦୁର୍ଘଟଣା ସମୟର ଫଟୋ ଭାଇରାଲ୍‌

Advertisment
ରନୱେରୁ ଖସି ସମୁଦ୍ରରେ ପଶିଲା ବିମାନ, ସୋସିଆଲ୍‌ ମିଡିଆରେ ଦୁର୍ଘଟଣା ସମୟର ଫଟୋ ଭାଇରାଲ୍‌

କେତେବେଳେ ମଝି ଆକାଶରେ ବିମାନ ଦୁର୍ଘଟଣାଗସ୍ତ ହେଉଛି ତ ପୁଣି କେବେ ରନୱେରେ। ଏପରିକି ମଝିରେ ମଝିରେ ବିମାନ ଚାଳକଙ୍କ ମଧ୍ୟରେ ଦେଖାଦେଉଥିବା ବିବାଦ ବିମାନ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛି। କିନ୍ତୁ ରବିବାର ତୁର୍କୀରେ ଏକ ବୋଇଙ୍ଗ ବିମାନ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଛି। ତୁର୍କୀ ଏୟାରପୋର୍ଟରେ ବୋଇଙ୍ଗ ବିମାନ ଲ୍ୟାଣ୍ଡିଂ କରିବା ବେଳେ ରନୱେରୁ ବିମାନଟି ଖସିଯାଇଥିଲା ତେବେ ସୋଭାଗ୍ୟବଶତଃ ଏହି ବିମାନଟି ସମୁଦ୍ରକୁ ଯିବା ପୂର୍ବରୁ କୂଳରେ ଲାଖି ରହିଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।publive-image

ଦୁର୍ଘଟଣାଗସ୍ତ ହୋଇଥିବା ବିମାନଟି ପେଗସସ ଏୟାରଲାଇନ୍‌ସର ବିମାନ। ତୁର୍କୀର ରାଜଧାନୀ ଅଙ୍କରାରୁ ବିମାନଟି ଟ୍ରେବଜନ ଅଭିମୁଖେ ଯାତ୍ରା କରିଥିଲା। ତେବେ ଟ୍ରେବଜନରେ ଲ୍ୟାଣ୍ଡିଂ କରିବାର କିଛି ସମୟ ମଧ୍ୟରେ ହିଁ ବିମାନଟି ରନୱେରୁ ଖସିଯାଇ ସମୁଦ୍ର ଆଡକୁ ମାଡି ଯାଇଥିଲା। ତେବେ କୌଣସି ବଡ ଦୁର୍ଘଟଣା ହେବା ପୂର୍ବରୁ ଏହି ବିମାନଟି ସମୁଦ୍ରକୂଳରେ ଅଟକି ରହିଥିଲା। ବିମାନରେ ମୋଟ ୧୬୨ ଜଣ ଯାତ୍ରୀ, ୪ ପାଇଲଟ ଆଟେଣ୍ଡାଟ ଓ ୨ ଜଣ ପାଇଲଟ ଥିଲେ। ତେବେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ଯାହା କୌଣସି ଚମତ୍କାରୀଠାରୁ ମଧ୍ୟ କମ ନୁହେଁ।

publive-image

ତେବେ ବିମାନଟି ହଠାତ କିପରି ରନୱେରୁ ଖସିଲା ତାହାର ପ୍ରକୃତ କାରଣ ଜଣା ପଡିନଥିଲେ ସୁଦ୍ଧା ବିମାନରେ ପକ୍ଷୀ ବାଜିବାରୁ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି। ରିପୋର୍ଟ ଅନୁଯାୟୀ, ବିମାନଟି ଦୁର୍ଘଟଣାଗସ୍ତ ହେବା ସମୟରେ ଘଣ୍ଟା ପ୍ରତି ୨୦୪ କିମି ବେଗରେ ଯାତ୍ରା କରୁଥିଲା। କିଛି ଯାତ୍ରୀଙ୍କ କହିବା ଅନୁଯାୟୀ, ବିମାନର ଭିତର ପାଶ୍ୱରେ ତେଲ ଗନ୍ଧ ହେଉଥିଲା। ଏପରିକି କିଛି ସମୟ ମଧ୍ୟରେ ଯେପରି ବିମାନରେ ଯେପରି ବିସ୍ପୋରଣ ହେବ ସେଭଳି ଲାଗୁଥିଲା। କିନ୍ତୁ ଅନ୍ୟ ଯାତ୍ରୀଙ୍କ କହିବା ଅନୁଯାୟୀ, ବର୍ଷା ହେବା କାରଣରୁ ରନୱେ ଓଦା ହୋଇଯାଇଥିଲା। ଫଳରେ ବିମାନଟି ଲ୍ୟାଣ୍ଡିଂ କରିବା ସମୟରେ ରନୱେରୁ ଖସି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe