୩୫ ହଜାର ଯୁବକଯୁବତୀଙ୍କ ପ୍ରଶିକ୍ଷଣ ପାଇଁ ଯୋଜନା

Advertisment
୩୫ ହଜାର ଯୁବକଯୁବତୀଙ୍କ ପ୍ରଶିକ୍ଷଣ ପାଇଁ ଯୋଜନା

ଭୁବନେଶ୍ବର: କରୋନା ମହାମାରୀ ପ୍ରଭାବରେ ଅନେକ ଲୋକ ନିଯୁକ୍ତି ହରାଇଥିବା ବେଳେ ବେକାରି ସମସ୍ୟା ବଢ଼ିଯାଇଛି। ଏହାର ମୁକାବିଲା କରିବା ଲାଗି ବେଦାନ୍ତ ଫାଉଣ୍ଡେସନ ପକ୍ଷରୁ ରୋଜଗାର ଯୋଜନା ଘୋଷଣା କରାଯାଇଛି। ଏହା ଜରିଆରେ ଉପେକ୍ଷୀତ ବର୍ଗର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଫାଉଣ୍ଡେସନର ଟ୍ରଷ୍ଟି ସୁମନ ଡିଡ୍‌ୱାନିଆ କହିଛନ୍ତି। ଏହି ଅଭିଯାନ ଲାଗି ଫାଉଣ୍ଡେସନ ପକ୍ଷରୁ କ୍ବେସ୍‌ କର୍ପୋରେସନ ସହ ବୁଝାମଣା କରାଯାଇଛି। ଏ ସମ୍ପର୍କରେ କ୍ବେସ୍‌ କର୍ପୋରେସନର ସିଇଓ ରବି ଟେନେଟି କହିଛନ୍ତି, ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ଟି କେନ୍ଦ୍ର ୨୦୦୦ ପ୍ରାର୍ଥୀ ନାମ ଲେଖାଇଛନ୍ତି। ଆସନ୍ତା ଅକ୍ଟୋବର ସୁଦ୍ଧା ୨୧୦ କେନ୍ଦ୍ର କାର୍ଯ୍ୟକାରୀ କରି ତାହା ଜରିଆରେ ୩୫ ହଜାର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତିକ୍ଷମ କରିବାକୁ ଯୋଜନା ରଖାଯାଇଛି। ଭୁବନେଶ୍ବର ହଂସପାଳ ଠାରେ ଥିବା‌ କେନ୍ଦ୍ରରେ ଇ-କମର୍ସ, ବ୍ୟାଙ୍କିଙ୍ଗ୍‌, ସେଲସ୍‌, ସିଆର୍‌ଏମ୍, ଡିଜିଟାଲ୍ ମାର୍କେଟିଂ ଓ ଡାଟା ସାଇନ୍ସ ଉପରେ ପ୍ରଶିକ୍ଷଣ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe