Informalnewz
ନୂଆଦିଲ୍ଲୀ : କରୋନା ମହାମାରୀ ବ୍ୟାପିବା ପରେ ରେଳ ଷ୍ଟେସନରେ ଭିଡ଼ କମ୍ କରିବା ଲକ୍ଷ୍ୟ ନେଇ ରେଳବାଇ ପକ୍ଷରୁ ପ୍ଲାଟଫର୍ମ ଟିକଟ ଦାମ୍ ବଢ଼ାଇ ଦିଆଯାଇଥିଲା। ସେହି ଦରବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି। ଯାତ୍ରୀମାନେ ପୂର୍ବଭଳି ୧୦ ଟଙ୍କା ମୂଲ୍ୟରେ ପ୍ଲାଟଫର୍ମ ଟିକଟ କିଣିପାରିବେ। ମହାମାରୀ ସମୟରେ ପ୍ଲାଟଫର୍ମ ଟିକଟ ଦାମ୍ ୩୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
କରୋନା ସଂକ୍ରମଣ ମାମଲା ସଂଖ୍ୟା ହ୍ରାସ ପାଉଥିବାରୁ ରେଳବାଇ ପକ୍ଷରୁ ଟ୍ରେନ୍ ଯାତ୍ରା ସ୍ବାଭାବିକ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କୋଭିଡ୍ ଓ ଛୁଟିଦିନ ସ୍ବତନ୍ତ୍ର ଟ୍ରେନ୍ଗୁଡ଼ିକରୁ ସ୍ବତନ୍ତ୍ର ମାନ୍ୟତା ହଟାଇ ଦିଆଯାଇଛି।
Follow Us