କେଓ୍ଵଡ଼ିଆକୁ ୮ଟି ନୂଆ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
କେଓ୍ଵଡ଼ିଆକୁ ୮ଟି ନୂଆ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ଦେଶର ଅନ୍ୟାନ୍ୟ ପ୍ରାନ୍ତରୁ ଗୁଜରାଟର କେଓ୍ଵଡ଼ିଆକୁ ସଂଯୋଗ କରୁଥିବା ନୂଆ ୮ଟି  ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କରି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଏହା ହେଉଛି ‘ଏକ୍‌ ଭାରତ, ଶ୍ରେଷ୍ଠ ଭାରତ’ ଏକ ସୁନ୍ଦର ଚିତ୍ର। ଦେଶର ବିଭିନ୍ନ ସ୍ଥାନରୁ ଗୋଟିଏ ଗନ୍ତବ୍ୟସ୍ଥଳକୁ ଏତେଗୁଡ଼ାଏ ରେଳ ଚଳାଚଳର ଶୁଭାରମ୍ଭ କରିବାରେ ବୋଧହୁଏ ଏହା ହେଉଛି ରେଳବାଇ ଇତିହାସରେ ପ୍ରଥମ ଘଟଣା। 

ସୂଚନାଯୋଗ୍ୟ, କେଓ୍ଵଡ଼ିଆରେ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଅବସ୍ଥାପିତ। ପ୍ରଧାନମନ୍ତ୍ରୀ କହିଲେ, ‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ ’ ଅପେକ୍ଷା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଅଧିକ ଦର୍ଶକ ଆସୁଛନ୍ତି। କେଓ୍ଵଡ଼ିଆ ଆଉ ସାମାନ୍ୟ ସ୍ଥାନ ହୋଇ ନାହିଁ। ଏହା ବିଶ୍ୱର ସବୁଠୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେବାକୁ ଯାଉଛି।

publive-image Image Courtesy of Yahoo Movies

ପୁରୁଣା କଥା ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଏକଦା ସେ ‘ନ୍ୟାରୋ-ଗେଜ୍‌’ ଟ୍ରେନ୍‌ରେ ଯାତାୟାତ କରୁଥିଲେ। ସେ ଟ୍ରେନ୍‌ ଏତେ ଧୀର ବେଗରେ ଚାଲୁଥିଲା ଯେ, ସେ (ମୋଦୀ) ଟ୍ରେନ୍‌ ଠାରୁ ଦ୍ରୁତ ବେଗରେ ଚାଲି ପାରୁଥିଲେ। ତାଙ୍କ ଜୀବନର ବହୁଳାଂଶ ସେ ନର୍ମଦାରେ ବିତାଇଛନ୍ତି। ଏବେ ସେ ଟ୍ରେନ୍‌ ଲାଇନ୍‌ ‘ବ୍ରଡ୍‌ ଗେଜ୍‌’ରେ ପରିଣତ ହୋଇଗଲାଣି।

ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ଟ୍ରେନ୍‌ଗୁଡ଼ିକ ବାରାଣସୀ, ଦାଦର, ଅହମଦାବାଦ, ହଜରତ୍‌ ନିଜାମ୍ମୁଦ୍ଦିନ, ରେକା, ଚେନ୍ନାଇ ଓ ପ୍ରତାପ ନଗରରୁ କେଓ୍ଵଡ଼ିଆ ଅଭିମୁଖେ ଚଳାଚଳ କରିବ।

ଏହାଛଡ଼ା ଆଜି ପ୍ରଧାନମନ୍ତ୍ରୀ ମୋଦୀ କେଓ୍ଵଡ଼ିଆରେ ଅନ୍ୟ କେତେକ ରେଳବାଇ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ସେଗୁଡ଼ିକ ହେଉଛି, ବ୍ରଡ୍‌-ଗେଜ୍‌ରେ ପରିଣତ ହୋଇଥିବା ଦଭୋଇ-ଚଣ୍ଡିଗଡ଼ ରେଳ ଲାଇନ୍‌, ଚାନ୍ଦୋଦ-କେଓ୍ଵଦିତା ନୂଆ ବ୍ରଡ୍‌-ଗେଜ୍‌ ରେଳ ଲାଇନ୍‌, ପ୍ରତାପନଗର-କେଓ୍ଵଡ଼ିଆ ନୂଆ ବିଜୁଳିଚାଳିତ ସେକ୍ସନ୍‌, ଦଭୋଇ ଜଙ୍କ୍‌ସନ୍‌, ଚାନ୍ଦୋଦ ଏବଂ କେଓ୍ଵଡ଼ିଆର ନୂଆ ଷ୍ଟେସନ୍‌ ବିଲ୍‌ଡିଙ୍ଗ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe