ଫସଲ ବୀମା ସ୍କିମ୍‌କୁ ମିଳିବ ୧୩ ହଜାର କୋଟି

ଫସଲ ବୀମା ସ୍କିମ୍‌କୁ ମିଳିବ ୧୩ ହଜାର କୋଟି

ନୂଆଦିଲ୍ଲୀ: ଆଗାମୀ ବଜେଟ୍‌ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ଵାଇ)ର ଅଟକଳ ପରିମାଣ ୧୩ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବେ। ୨୦୧୭-୧୮ରେ ଏହି ସ୍କିମ୍‌ ପାଇଁ ୧୦,୭୦୧ କୋଟି ଟଙ୍କାର ବ୍ୟୟବରାଦ ରହିଛି। ବଜେଟ୍‌ରେ ଫସଲ ବୀମା ସ୍କିମ୍‌ର ଅଟକଳ ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

ଚଳିତ ବର୍ଷ ଫେବ୍ରୁଆରି ପହିଲାରେ କେନ୍ଦ୍ର ବଜେଟ୍‌ ଉପସ୍ଥାପିତ ହେବ। ୨୦୧୬ ପ୍ରାରମ୍ଭରେ କାର୍ଯ୍ୟକାରୀ କରାଯାଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ସ୍କିମ୍‌ରେ ଚାଷୀମାନଙ୍କୁ ବହୁତ କମ୍‌ ପରିମାଣର ପ୍ରିମିୟମ ଦେବାକୁ ପଡୁଛି। କିନ୍ତୁ ସେମାନେ ଫସଲ ହାନି ଦାବି କରିବା ବେଳେ ସମ୍ପୂର୍ଣ୍ଣ ବୀମା ରାଶି ହାସଲ କରିପାରୁଛନ୍ତି। ଏହି ସ୍କିମ୍‌ ପାଇଁ କୃଷି ମନ୍ତ୍ରଣାଳୟ ୧୧ ହଜାର କୋଟି ଟଙ୍କା ମାଗିଛି। କିନ୍ତୁ ସ୍କିମ୍‌ର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ୧୩ ହଜାର କୋଟି ଟଙ୍କା ଦେବ ବୋଲି ଆଲୋଚନା ହେଉଛି। ବୀମା ରାଶିରେ ହେବାକୁ ଥିବା ୧୦%ର ବୃଦ୍ଧିକୁ ବିଚାରକୁ ନେଇ ଅର୍ଥ ମନ୍ତ୍ରଣାଳୟ ଅଧିକ ଟଙ୍କା ପ୍ରଦାନ କରିବ। ଚଳିତ ବର୍ଷ (୨୦୧୭-୧୮) ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୯୦୦୦.୭୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ପରବର୍ତି ସମୟରେ ଅତିରିକ୍ତ ଖର୍ଚ ଦାବି ଜରିଆରେ ଏଥିପାଇଁ ଆଉ ୧୭୦୧ କୋଟି ଟଙ୍କା ବ୍ୟୟବରାଦ କରାଗଲା। ଫଳରେ ସ୍କିମ୍‌ ପାଇଁ ମୋଟ ଅର୍ଥ ଆବଣ୍ଟନ ପରିମାଣ ୧୦,୭୦୧ କୋଟି ଟଙ୍କାରେ ପହଞ୍ଚିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe