ଭୁବନେଶ୍ୱର: ବ୍ରିଜ୍ ଆଣ୍ଡ୍ ରୁଫ୍ ଏବଂ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି) ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି। ଉଭୟ ସଂସ୍ଥାରେ ଚଳିତ ମାସ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯିବ। ବ୍ରିଜ୍ ଆଣ୍ଡ୍ ରୁଫ୍ ପକ୍ଷରୁ କାର୍ଯ୍ୟାଳୟ, ଓ୍ଵାର୍କସପ୍ ଏବଂ ପ୍ରକଳ୍ପ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍ୱଚ୍ଛତା ସମ୍ପର୍କିତ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଥିଲା। କାର୍ଯ୍ୟାଳୟ ଏବଂ ଲେବର୍ କଲୋନିରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା। ସେହିପରି ପିଏନ୍ବି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ଜ୍ୟୋତି ରଞ୍ଜନ ରଥଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ସ୍ୱଚ୍ଛତା ପାଳନ ପାଇଁ ଶପଥ ପାଠ କରିଥିଲେ। ସ୍ୱଚ୍ଛତା ପାଇଁ ସେମାନେ ସପ୍ତାହକୁ ଦୁଇ ଘଣ୍ଟା ଏବଂ ବର୍ଷକୁ ୧୦୦ ଘଣ୍ଟାର ଶ୍ରମଦାନ କରିବେ ବୋଲି ଶପଥ ନେଇଛନ୍ତି।
ବ୍ରିଜ୍ ଆଣ୍ଡ୍ ରୁଫ୍୍, ପିଏନ୍ବି ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ
Advertisment
Follow Us