ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୈୟ କୁମାର ଆଜାଦ ଭୁବନେଶ୍ବରସ୍ଥିତ ଜୟଦେବ ବିହାରଠାରେ ଏକ ସେଣ୍ଟ୍ରାଲାଇଜଡ୍ ଲୋନ୍ ପ୍ରୋସେସିଂ ସେଣ୍ଟର (ସିଏଲ୍ପିସି)କୁ ଉଦ୍ଘାଟନ କରିଛନ୍ତି। ଏଥିରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦର ଖୁରାନା, ମହାପ୍ରବନ୍ଧକ ଆର୍ ଏସ୍ ରାଠୋର, ବ୍ୟାଙ୍କର ମଣ୍ଡଳ ମୁଖ୍ୟ ଗଣପତ ଲାଲ ଉପସ୍ଥିତ ଥିଲେ। ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଣ ରିଟେଲ ଋଣ ଏହି ସେଣ୍ଟରରେ ମଞ୍ଜୁର କରାଯିବ। ଏହି ସିଏଲ୍ପିସି ବ୍ୟାଙ୍କର କୋଲକାତା ଅଞ୍ଚଳର ତୃତୀୟ ସେଣ୍ଟର। ଏହି ସେଣ୍ଟର ସ୍ଥାପନ ଦ୍ବାରା ଓଡ଼ିଶାର ଗ୍ରାହକମାନଙ୍କୁ ଉନ୍ନତମାନର ସେବା ମିଳିପାରିବ ବୋଲି ଅଧିକାରୀମାନେ ମତ ଦେଇଥିଲେ। ନୂଆ ଶାଖାର ଶାଖା ମୁଖ୍ୟ ଯୋଗୀନ୍ଦର ସିଂ ଧନ୍ୟବାଦ ଦେଇଥିଲେ।
ପିଏନ୍ବିର ସିଏଲ୍ପିସି ଉଦ୍ଘାଟିତ
Advertisment
Follow Us