ଏଣିକି ଦୁଇଦିନରେ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର ପୋର୍ଟ

ଏଣିକି ଦୁଇଦିନରେ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର ପୋର୍ଟ

ନୂଆଦିଲ୍ଲୀ: ମୋବାଇଲ ନମ୍ବର ପୋର୍ଟେବିଲିଟି ଆସିବା ପରେ ମୋବାଇଲ୍‌ ବ୍ୟବହାରକାରୀଙ୍କୁ ନିଜର ନମ୍ବରକୁ ଅତୁଟ ରଖିବା ପାଇଁ ଏକ ସର୍ଭିସ୍‌ ପ୍ରୋଭଇଡରରୁ ଅନ୍ୟ ସର୍ଭିସ୍‌ ପ୍ରୋଭାଇଡରକୁ ଯିବା ପାଇଁ ସୁବିଧା ହୋଇ ଯାଇଛି। କିନ୍ତୁ ଏହା ଏତେ ସହଜ ନଥିଲା। ତେବେ ବିଭିନ୍ନ ପ୍ରକାର ପ୍ରୟାସ ପରେ ଏବେ ଏହି ପ୍ରକ୍ରିୟାକୁ ଆହୁରି ସହଜ କରି ଦିଆଯାଇଛି।

ଭାରତୀୟ ଦୁରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) ନିୟମରେ ପରିବର୍ତ୍ତନ କରି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସରଳ କରି ଦେଇଛି। ଏହାପରେ କୌଣସି ବି ବ୍ୟବହାରକାରୀ ସର୍ଭିସ୍‌ ଏରିଆ ମଧ୍ୟରେ ନମ୍ବର ବଦଳାଇବର ଅନୁରୋଧର ପାଇଁ ଦୁଇଦିନ ସମୟ ଲାଗିବ। ସେହିପରି ଟେଲିକମ୍‌ ସର୍କଲରୁ ଅନ୍ୟ ସର୍କଲରେ ନମ୍ବର ପରିବର୍ତ୍ତନ କରିବାର ଅନୁରୋଧ ପାଇଁ ୪ଦିନ ସମୟସୀମା ନିର୍ଦ୍ଧାରିତ କରାଯାଇଛି। ପ୍ରଥମେ ଏହି ସମୟସୀମା ୧୫ଦିନ ଥିଲା। ଟ୍ରାଇ କହିଛି, ପୋର୍ଟିଙ୍ଗ ଅନୁରୋଧକୁ ଭୁଲ ଦିଗରେ ଖାରଜ କରିଲେ କମ୍ପାନି ଉପରେ ୧୦,୦୦୦ଟଙ୍କାର ଜରିମାନା ଲାଗିଛି।

ତେବେ ଜମ୍ମୁ-କଶ୍ମୀର, ଅସମା ଓ ଉତ୍ତର-ପୂର୍ବ ପାଇଁ ୟୁନିକ୍‌ ପୋର୍ଟଂ କୋଡ (ୟୁପିସି)ର ଭେଳିଡିଟିରେ ପରିବର୍ତ୍ତନ କରାଯାଇନାହିଁ। ଏହାପୂର୍ବ ଭଳି ୧୫ଦିନ ରହିଛି। ଟ୍ୟାକ୍ସ ମେସେଜ (ଏସ୍‌ଏମ୍‌ଏସ୍‌) ଜରିଆରେ ପୋର୍ଟିଂ ରିକ୍ୟୁଏଷ୍ଟକୁ ପାଇବା ପ୍ରକ୍ରିୟାକୁ ସହଜ ଓ ଦ୍ରୁତ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe