Advertisment

ସକାରାତ୍ମକ ଆରମ୍ଭ: ଭାରତ-ଆମେରିକା ସମ୍ମୁଖ ଆଲୋଚନା

Advertisment

ବହୁଦିନର ବ୍ୟବଧାନ ପରେ ଭାରତ ଓ ଆମେରିକା ବାଣିଜ୍ୟ ରାଜିନାମାକୁ ନେଇ ପ୍ରତ୍ୟକ୍ଷ ଆଲୋଚନା ଆରମ୍ଭ କରିଛନ୍ତି। ଆମେରିକାର ମୁଖ୍ୟ ଆଲୋଚନାକାରୀ ସହକାରୀ ବାଣିଜ୍ୟ ପ୍ରତିନିଧି ‌ବ୍ରେଣ୍ଡନ୍ ଲିଞ୍ଚ୍‌ ଭାରତୀୟ ପ୍ରତିନିଧିଙ୍କୁ ଭେଟିଛନ୍ତି।

ବହୁଦିନର ବ୍ୟବଧାନ ପରେ ଭାରତ ଓ ଆମେରିକା ବାଣିଜ୍ୟ ରାଜିନାମାକୁ ନେଇ ପ୍ରତ୍ୟକ୍ଷ ଆଲୋଚନା ଆରମ୍ଭ କରିଛନ୍ତି। ଆମେରିକାର ମୁଖ୍ୟ ଆଲୋଚନାକାରୀ ସହକାରୀ ବାଣିଜ୍ୟ ପ୍ରତିନିଧି ‌ବ୍ରେଣ୍ଡନ୍ ଲିଞ୍ଚ୍‌ ଭାରତୀୟ ପ୍ରତିନିଧିଙ୍କୁ ଭେଟିଛନ୍ତି।

scxdd

Photograph: ( Shutterstock)

ନୂଆଦିଲ୍ଲୀ: ବହୁଦିନର ବ୍ୟବଧାନ ପରେ ଭାରତ ଓ ଆମେରିକା ବାଣିଜ୍ୟ ରାଜିନାମାକୁ ନେଇ ପ୍ରତ୍ୟକ୍ଷ ଆଲୋଚନା ଆରମ୍ଭ କରିଛନ୍ତି। ଆମେରିକାର ମୁଖ୍ୟ ଆଲୋଚନାକାରୀ ସହକାରୀ ବାଣିଜ୍ୟ ପ୍ରତିନିଧି ‌ବ୍ରେଣ୍ଡନ୍ ଲିଞ୍ଚ୍‌ ଭାରତୀୟ ପ୍ରତିନିଧିଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ସାମ୍ନାସାମ୍ନି ବସି ଆଲୋଚନା କରିଛନ୍ତି। ଏହି ଆଲୋଚନା ସକାରାତ୍ମକ ଥିବା ଲିଞ୍ଚ୍‌ କହିଛନ୍ତି। ଉଭୟ ପକ୍ଷ ମଧ୍ୟରେ ରୁଦ୍ଧଦ୍ବାର ବୈଠକ ହୋଇଥିଲା। ଭାରତ ତରଫରୁ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀ ରାଜେଶ ଅଗ୍ରୱାଲ୍ ଆଲୋଚନାର ନେତୃତ୍ବ ନେଇଥିଲେ। ଏହି ବୈଠକ ପରେ ଭାରତ-ଆମେରିକା ଦ୍ବିପାକ୍ଷିକ ଆଲୋଚନାର ଷଷ୍ଠ ପର୍ଯ୍ୟାୟ ପାଇଁ ପଥ ପ୍ରସ୍ତୁତ ହୋଇଛି। ଦୁଇ ଦେଶ ଭିତରେ ଗତ ଅଗଷ୍ଟ ଶେଷ ଆଡ଼କୁ ଆଲୋଚନା ହେବାର ଥିଲା।

ମାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ଶୁଳ୍କକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ପରେ ଆଲୋଚନା ବନ୍ଦ ହୋଇଯାଇଥିଲା। କିନ୍ତୁ ଏହା ପୂର୍ବରୁ ଭାରତ ନିଜ ଆଭିମୁଖ୍ୟ କଠୋର କରିସାରିଥିଲା। ଯେବେଠାରୁ କୃଷି ଓ ଦୁଗ୍ଧ ବଜାରରେ ଅବାଧ ପ୍ରବେଶ ଲାଗି ଆମେରିକା ପ୍ରସ୍ତାବ ଦେଲା, ତା’ପରଠାରୁ ଭାରତ ଅସହମତି ପ୍ରକାଶ କରିବା ଆରମ୍ଭ କରିଥିଲା। କୌଣସି ପରିସ୍ଥିତିରେ ଚାଷୀଙ୍କ ସ୍ବାର୍ଥ ସହ ସାଲିସ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାକୁ ରୋକ୍‌ଠୋକ୍ ଶୁଣାଇଥିଲେ। ତେବେ କିଛି ଦିନ ଭାରତକୁ ଭୟଭୀତ କରିବା ଲାଗି ଉଦ୍ୟମ କରି ବିଫଳ ହେବା ପରେ ଟ୍ରମ୍ପ ନିଜ ଆଡ଼ୁ ଆଲୋଚନା ପାଇଁ ଆଗେଇ ଆସିବା ସହ ନିଜ ପ୍ରତିନିଧିଙ୍କୁ ଭାରତ ପଠାଇଛନ୍ତି। ଆଗାମୀ ଦିନରେ ଦୁଇ ଦେଶ ଭିତରେ କୃଷିଜାତ ସାମଗ୍ରୀ, ଶକ୍ତି କ୍ରୟ, ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ଏବଂ ଡିଜିଟାଲ୍ କାରବାର ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହେବ। ‌ନିୟାମକ ନିୟମକୁ କୋହଳ କରିବା ଉପରେ ମଧ୍ୟ ଉଭୟ ଦେଶ ବିଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe