କୋଭିଡ୍‌ ପରବର୍ତ୍ତୀ ଅର୍ଥନୈତିକ ସୁଧାର: ସବୁଠୁ ଆଗରେ ଓଡ଼ିଶା

Advertisment

ଦେଶରେ ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ପ୍ରଭାବିତ ହୋଇଥିଲା। ‌ବର୍ଷକ ପରେ କୋଭିଡ୍‌ର ଦ୍ବିତୀୟ ଲହର ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଥିଲା।

ଦେଶରେ ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ପ୍ରଭାବିତ ହୋଇଥିଲା। ‌ବର୍ଷକ ପରେ କୋଭିଡ୍‌ର ଦ୍ବିତୀୟ ଲହର ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଥିଲା।

fsfsgdda

ଭୁବନେଶ୍ବର: ଦେଶରେ ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ପ୍ରଭାବିତ ହୋଇଥିଲା। ‌ବର୍ଷକ ପରେ କୋଭିଡ୍‌ର ଦ୍ବିତୀୟ ଲହର ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଥିଲା। ମହାମାରୀ ପରବର୍ତ୍ତୀ ସମୟରେ ନିଜ ଅର୍ଥନୀତିରେ ସୁଧାର ଆଣିବାରେ ଓଡ଼ିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ଛାଡ଼ି ଦେଇଛି। ୨୦୨୦-୨୧ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଓଡ଼ିଶା ୭.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ବୋଲି ଇଣ୍ଡିଆ ରେଟିଂସ୍‌ ଆଣ୍ଡ୍‌ ରିସର୍ଚ୍ଚର ଏକ ରିପୋର୍ଟରୁ ଜଣାପଡ଼ିଛି। ଭାରତ ୨୮ଟି ପ୍ରମୁଖ ରାଜ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ମହାମାରୀ ପରବର୍ତ୍ତୀ ସମୟରେ ହୋଇଥିବା ସୁଧାରରେ ଓଡ଼ିଶା, ଆସାମ, ତାମିଲନାଡ଼ୁ ଓ କର୍ଣ୍ଣାଟକର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଥିଲା। ସେଥିପାଇଁ ଏହି ରାଜ୍ୟଗୁଡ଼ିକୁ ‘ଉଚ୍ଚ ସୁଧାର ରାଜ୍ୟ’ର ମାନ୍ୟତା ଦିଆଯାଇଛି। ଆଲୋଚ୍ୟ ସମୟ ଖଣ୍ଡରେ ଭାରତର ହାରାହାରି ଅଭିବୃଦ୍ଧି ୫.୩ ପ୍ରତିଶତ ରହିଥିଲା। କିନ୍ତୁ ଓଡ଼ିଶା ତା’ଠାରୁ ଯଥେଷ୍ଟ ଅଧିକ, ଅର୍ଥାତ ୭.୨ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା। ମହାମାରୀ ପରବର୍ତ୍ତୀ ସମୟରେ ନିଜ ଅର୍ଥନୀତିରେ ସୁଧାର ଆଣିବାରେ ପଛୁଆ ଥିବା ରାଜ୍ୟଗୁଡ଼ିକ ହେଉଛି ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ ଓ ବିହାର। ଉତ୍ତରାଖଣ୍ଡର ଅଭିବୃଦ୍ଧି ହାର ସର୍ବନିମ୍ନ ୨.୮ ପ୍ରତିଶତ ରହିଛି।

୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶା ସମେତ ଦେଶର ଆଠଟି ରାଜ୍ୟରେ ବାସ୍ତବ ଗ୍ରସ୍ ଭାଲ୍ୟୁ ଆଡେଡ୍‌ (ଜିଭିଏ) ପ୍ରତି ମାନୁଫାକ୍‌ଚରିଂ (ବିନିର୍ମାଣ)ର ଅବଦାନ ବଢ଼ିଥିଲା। ୨୦୧୯-୨୦ରେ ବାସ୍ତବ ଜିଭିଏ ପ୍ରତି ବିନିର୍ମାଣର ଅବଦାନ ଓଡ଼ିଶାରେ ୨୨.୮ ପ୍ରତିଶତ ଥିଲା। ୨୦୨୩-୨୪ ସୁଦ୍ଧା ତାହା ୨୬.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା। ପାରମ୍ପରିକ ଧାତବ ଓ ପେଟ୍ରୋଲିୟମ୍ ଉତ୍ପାଦ ଉତ୍ପାଦନ ବ୍ୟତୀତ ରାଜ୍ୟରେ ପୋଷାକ, ମେସିନ ଓ ଉପକରଣ, ରସାୟନ ଓ କାଗଜ ଉତ୍ପାଦନ ଯଥେଷ୍ଟ ବଢ଼ିଥିଲା ବୋଲି ଇଣ୍ଡିଆ ରେଟିଂସ୍‌ର ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଉତ୍ତରପ୍ରଦେଶ ଓ ବିହାର ବ୍ୟତୀତ ଅନ୍ୟ କୌଣସି ରାଜ୍ୟ ବାସ୍ତବ ଜିଭିଏ ପ୍ରତି କୃଷି କ୍ଷେତ୍ରର ଅବଦାନ ବଢ଼ାଇବାରେ ସଫଳ ହୋଇନାହାନ୍ତି। ସେବା କ୍ଷେତ୍ରରେ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ ଓ ତେଲେଙ୍ଗାନାର ପ୍ରଦର୍ଶନ ଭଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe