ଗାଁରେ ଦରବୃଦ୍ଧି ଅତି ନଗଣ୍ୟ: ରାଜ୍ୟ ଖୁଚୁରା ମୁଦ୍ରାସ୍ଫୀତି ୦.୨%

ଗତ ସେପ୍ଟେମ୍ବରରେ ରାଜ୍ୟରେ ଦରଦାମ୍ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିଲା। କୌଣସି ଜିନିଷର ଦାମ୍‌ରେ ବିଶେଷ ବୃଦ୍ଧି ଘଟିନଥିଲା। ସେଥିପାଇଁ ସେପ୍ଟେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ମାତ୍ର ୦.୨୦ ପ୍ରତିଶତକୁ ହ୍ରାସ ପାଇଛି।

vegetable

Photograph: (M&P; Engineering)

ଭୁବନେଶ୍ବର: ଗତ ସେପ୍ଟେମ୍ବରରେ ରାଜ୍ୟରେ ଦରଦାମ୍ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିଲା। କୌଣସି ଜିନିଷର ଦାମ୍‌ରେ ବିଶେଷ ବୃଦ୍ଧି ଘଟିନଥିଲା। ସେଥିପାଇଁ ସେପ୍ଟେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ମାତ୍ର ୦.୨୦ ପ୍ରତିଶତକୁ ହ୍ରାସ ପାଇଛି। ସହରାଞ୍ଚଳରେ ଏହି ହାର ୦.୫୮ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୦.୦୫ ପ୍ରତିଶତ ରହିଛି। ଅର୍ଥାତ ଗ୍ରାମାଞ୍ଚଳରେ ଦରଦାମ୍‌କୁ ନେଇ କୌଣସି ଚିନ୍ତା ନଥିଲା ବୋଲି କୁହାଯାଇପାରିବ। 

ସାରା ଦେଶରେ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧.୫ ପ୍ରତିଶତକୁ ହ୍ରାସ ପାଇଛି। ଗତ ଆଠ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତିର ଏହା ସର୍ବନିମ୍ନ ସ୍ତର। ଶେଷ ଥର ପାଇଁ ୨୦୧୭ ଜୁନ୍‌ରେ ଏହାକୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା। ଗତବର୍ଷର ସେପ୍ଟେମ୍ବର ତୁଳନାରେ ଚଳିତ ବର୍ଷ ଖାଦ୍ୟ ସାମଗ୍ରୀ ଦାମ୍‌ରେ ଯଥେଷ୍ଟ ହ୍ରାସ ଘଟିଥିଲା। କେବଳ ବାସଗୃହ ଜନିତ ଦରଦାମ୍‌ ପାଇଁ ମୁଦ୍ରାସ୍ଫୀତିରେ ଯାହା କିଛି ବୃଦ୍ଧି ଘଟିଛି। ଅନ୍ୟଥା ଅବଶିଷ୍ଟ ଜିନିଷଗୁଡ଼ିକର ଦାମ୍ ନିୟନ୍ତ୍ରଣରେ ରହିଥିଲା ବୋଲି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ମୁଦ୍ରାସ୍ଫୀତି ହ୍ରାସ ପାଇଥିବାରୁ ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିବାର ସମ୍ଭାବନା ସୃ‌‌ଷ୍ଟି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe