ବିଦ୍ୟୁତ ସଞ୍ଚରଣ ଏସ୍‌ପିଭି କିଣିଲା ଟାଟା ପାୱାର: ୧୮.୫୬ କୋଟି ଟଙ୍କାର ଡିଲ୍‌

ରାଜ୍ୟର ଚାରି ଡିସ୍‌କମ୍‌କୁ ଅଧିଗ୍ରହଣ କରି ପରିଚାଳନା କରୁଥିବା ଟାଟା ପାୱାର ଏକ ବିଦ୍ୟୁତ୍‌ ସଞ୍ଚରଣ ସ୍ପେସାଲ୍‌ ପରପସ୍‌ ଭେଇକିଲ୍ (ଏସ୍‌ପିଭି)କୁ ଅଧିଗ୍ରହଣ କରିଛି।

ଖାଉଟିଙ୍କ ପାଇଁ ଖୁସି ଖବର ! ଏବର୍ଷ ବଢିବନି ବିଜୁଳି ଦର

ଭୁବନେଶ୍ବର: ରାଜ୍ୟର ଚାରି ଡିସ୍‌କମ୍‌କୁ ଅଧିଗ୍ରହଣ କରି ପରିଚାଳନା କରୁଥିବା ଟାଟା ପାୱାର ଏକ ବିଦ୍ୟୁତ୍‌ ସଞ୍ଚରଣ ସ୍ପେସାଲ୍‌ ପରପସ୍‌ ଭେଇକିଲ୍ (ଏସ୍‌ପିଭି)କୁ ଅଧିଗ୍ରହଣ କରିଛି। କମ୍ପାନି ଦେଇଥିବା ସୂଚନା ଅନୁସାରେ ଏହା ‘ଇଆର୍‌ଇଏକ୍ସ-ଏକ୍ସଏକ୍ସଏକ୍ସଆଇଏକ୍ସ ପାୱାର ଟ୍ରାନ୍ସମିସନ୍ ଲିମିଟେଡ୍‌’କୁ ୧୮.୫୬ କୋଟି ଟଙ୍କାରେ ଅଧିଗ୍ରହଣ କରିଛି। ଏହି ପ୍ରକ୍ରିୟା ଚଳିତ ମାସ ୧୪ରେ ସମ୍ପୂର୍ଣ୍ଣ ହୋଇଛି। ଏସ୍‌ପିଭିର ୧୦୦% ଇକ୍ବିଟିକୁ ଟାଟା ପାୱାର ଅଧିଗ୍ରହଣ କରିଛି। ଏହି ଏସ୍‌ପିଭିକୁ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବା ଆର୍‌ଇସି ଲିମିଟେଡ୍‌ର ସହାୟକ କମ୍ପାନି ଆର୍‌ଇସି ପାୱାର ଡେଭଲପ୍‌ମେଣ୍ଟ୍‌ ଆଣ୍ଡ୍‌ କନ୍‌ସଲ୍‌ଟାନ୍ସି ଲିମିଟେଡ୍‌ (ଆର୍‌ଇସିପିଡିସିଏଲ୍‌) ସ୍ଥାପନ କରିଥିଲା। ଏକ ଟାରିଫ୍‌ ଆଧାରିତ ପ୍ରତିଯୋଗିତାପୂର୍ଣ୍ଣ ନିଲାମରେ ଏହି ପକଳ୍ପର ସଞ୍ଚରଣ ସେବାକୁ ଟାଟା ପାୱାର ହାସଲ କରିଛି। ଏହି ପ୍ରକଳ୍ପକୁ ନିର୍ମାଣ, ମାଲିକାନା, ପରିଚାଳନା ଓ ହସ୍ତାନ୍ତର (ବିଓଓଟି) ଭିତ୍ତିରେ ବିକାଶ କରାଯାଉଛି।

ଚଳିତ ବର୍ଷ ମାର୍ଚ୍ଚରେ ଏହି ଏସ୍‌ପିଭି ଗଠନ କରାଯାଇଥିଲା। ଏହା ରାଜ୍ୟର ଗୋପାଳପୁରଠାରେ ଏକ ୭୬୫/୪୦୦ କେଭି, ୧୫୦୦ ଏମ୍‌ଭିଏର ଦୁଇ ଗୁଣା କ୍ଷମତାର ଜିଆଇଏସ୍‌ ସବ୍‌ଷ୍ଟେସନ୍ ସ୍ଥାପନ କରୁଛି। ଏହି ପ୍ରକଳ୍ପରେ ଅନୁଗୁଳରୁ ଗୋପାଳପୁର ପର୍ଯ୍ୟନ୍ତ ୧୯୦ କିମିର ୭୬୫ କେଭି ଡି/ସି ତାର ଯୋଡ଼ାଯିବ। ଅନୁଗୁଳଠାରେ ୭୬୫ କେଭି ଏଆଇଏସ୍‌ ବେ ଏକ୍ସଟେନ୍‌ସନ୍ କରାଯିବ ଏବଂ ଗୋପାଳପୁରଠାରେ ଓପିଟିସିଏଲ୍‌ ତରଫରୁ ୪୦୦ କେଭି ଜିଆଇଏସ୍‌ ବିକାଶ କରାଯିବ। ଗୋପାଳରପୁରରେ ଓପିଟିସିଏଲ୍‌ର ୪୦୦ କେଭି ଜିଆଇଏସ୍‌ରୁ ୭୬୫ କେଭି ଜିଆଇଏସ୍‌ ପର୍ଯ୍ୟନ୍ତ ୧୨ କିମିର ୪୦୦କେଭି ଡି/ସି ତାର ବିଛାଯିବ। ଏହି ପ୍ରକଳ୍ପ ୨୦୨୭ ମାର୍ଚ୍ଚ ସୁଦ୍ଧା ବାଣିଜ୍ୟିକ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe