ଆକାଉଣ୍ଟ୍‌ଧାରୀ ଏନ୍‌ଆର୍‌ଆଇ ହୋଇଗଲେ ପିପିଏଫ୍‌ ଆକାଉଣ୍ଟ୍‌ ବନ୍ଦ କରାଯିବ

Advertisment
ଆକାଉଣ୍ଟ୍‌ଧାରୀ ଏନ୍‌ଆର୍‌ଆଇ ହୋଇଗଲେ ପିପିଏଫ୍‌ ଆକାଉଣ୍ଟ୍‌ ବନ୍ଦ କରାଯିବ

Image Courtesy of India Today

ନୂଆଦିଲ୍ଲୀ: ନ୍ୟାସ୍‌ନାଲ୍‌ ସେଭିଙ୍ଗ୍‌ ସାର୍ଟିଫିକେଟ୍‌ ଏବଂ ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ଭଳି ଡାକଘର ସଞ୍ଚୟ ଯୋଜନା ନିୟମ ସଂଶୋଧନ କରି ସରକାର ବିଜ୍ଞପ୍ତି ଦେଇଛନ୍ତି ଯେ ଯଦି ଆକାଉଣ୍ଟ୍‌ଧାରୀ ନନ୍‌-ରେସିଡେଣ୍ଟ୍‌ ଇଣ୍ଡିଆନ୍‌ ହେବା ପାଇଁ ନିଜର ଷ୍ଟାଟସ୍‌ ପରିବର୍ତ୍ତନ କରନ୍ତି ତେବେ ପରିପକ୍ୱ ହେବା ପୂର୍ବରୁ ସେ ଭଳି ଆକାଉଣ୍ଟ୍‌ ସବୁକୁ ବନ୍ଦ କରି ଦିଆଯିବ। ସଂଶୋଧିତ ନିୟମାବଳୀଗୁଡ଼ିକୁ ଏ ମାସର ଆଦ୍ୟରେ ସରକାରୀ ଗେଜେଟ୍‌ରେ ବିଜ୍ଞାପିତ କରାଯାଇଛି। ବନ୍ଦ କରି ଦିଆଯିବା ତାରିଖ ଯାଏଁ ସମ୍ପୃକ୍ତ ଆକାଉଣ୍ଟ୍‌ରେ ଥିବା ଅର୍ଥରାଶି ଉପରେ ସୁଧ ମଳିବ ବୋଲି ବିଜ୍ଞପ୍ତିରେ ପ୍ରକାଶ।

ଡାକଘର ତରଫରୁ ମିଳୁଥିବା ନ୍ୟାସନାଲ୍‌ ସେଭିଙ୍ଗ୍‌ ସାର୍ଟିଫିକେଟ୍‌ସ୍‌, ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌, ମନ୍ଥଲି ଇନ୍‌କମ୍‌ ସ୍କିମ୍‌ ଏବଂ ଅନ୍ୟାନ୍ୟ ସମୟ ଅବଧି ଜମା ଆଦିରେ ଅଂଶ ଗ୍ରହଣ କରିବାକୁ ଏନ୍‌ଆର୍‌ଆଇଙ୍କୁ ଅନୁମତି ଦିଆଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe