ପ୍ରଣବ କୁମାର ଦାସ ବିଶ୍ବ ସୀମା ଶୁଳ୍କ ସଂଗଠନର ନିର୍ଦେଶକ ନିର୍ବାଚିତ

Advertisment
ପ୍ରଣବ କୁମାର ଦାସ ବିଶ୍ବ ସୀମା ଶୁଳ୍କ ସଂଗଠନର ନିର୍ଦେଶକ ନିର୍ବାଚିତ

ଭୁବନେଶ୍ବର: ଭାରତୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ପ୍ରଣବ କୁମାର ଦାସ ବ୍ରସେଲ୍ସସ୍ଥିତ ବିଶ୍ବ ସୀମା ଶୁଳ୍କ ସଂଗଠନର ନିର୍ଦେଶକଭାବେ ନିର୍ବାଚିତ ହୋଇଛନ୍ତି। ଭାରତୀୟ ରାଜସ୍ବ ସେବା (ଆଇଆରଏସ)ର ଏହି ବରିଷ୍ଠ ଓଡ଼ିଆ ଅଧିକାରୀ ବିଶ୍ବର ଏଭଳି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହେବାରେ କେବଳ ପ୍ରଥମ ଓଡ଼ିଆ ନୁହଁନ୍ତି, ପ୍ରଥମ ଭାରତୀୟ ମଧ୍ୟ। ପ୍ରତିଦ୍ବନ୍ଦ୍ବୀ ବ୍ରିଟେନର ସୀମା ଶୁଳ୍କ ଅଧିକାରୀଙ୍କୁ ସେ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ୫ ବର୍ଷ ପାଇଁ ସେ ନିର୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଭାରତର ୩ ଜଣ ବରିଷ୍ଠ ସୀମା ଶୁଳ୍କ ଅଧିକାରୀ ଏହି ପଦ ପାଇଁ ପ୍ରତିଯୋଗିତା କରିଥିଲେ ମଧ୍ୟ କେହି ବିଜୟୀ ହୋଇ ପାରି ନଥିଲେ। ବିଶ୍ବ ସୀମା ଶୁଳ୍କ ସଂଗଠନରେ ୧୮୩ଟି ଦେଶ ସଦସ୍ୟ ରହିଛନ୍ତି। ସୂଚନାଯୋଗ୍ୟ ଯେ, ଭାରତୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡର ଅଧ୍ୟକ୍ଷ ଭାବେ ପ୍ରବଣ କୁମାର ଦାସ ପ୍ରଥମ ଓଡ଼ିଆ ଭାବେ ଚଳିତବର୍ଷ ଜାନୁଆରିରେ କାର୍ଯ୍ୟ ଆରମ୍ଭ କରିଥିଲେ। ବିଜେବି କଲେଜରୁ ସ୍ନାତକ ଏବଂ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଶ୍ରୀ ଦାସ ରାଜ୍ୟର ଖ୍ୟାତନାମା ଆଇନଜୀବୀ ସ୍ବର୍ଗତଃ ରମେଶ ଚନ୍ଦ୍ର ଦାସଙ୍କ ପୁଅ। ଜଣେ ଓଡ଼ିଆ ଭାବେ ବିଶ୍ବର ଏଭଳି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ନିର୍ବାଚିତ ହୋଇ ଶ୍ରୀ ଦାସ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe