image source--Deccan Chronicle
ଭୁବନେଶ୍ବର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନାରେ ଭାଗ ନେଇଥିଲେ। ବିଶେଷଜ୍ଞ, ବ୍ୟବସାୟୀ, ଶିଳ୍ପଦ୍ୟୋଗୀ ଓ କୃଷକ ସମାଜର ପ୍ରତିନିଧିଙ୍କ ସହ ଏହି ଆଲୋଚନା ହୋଇଛି। ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଥିବା ଏହି ବୈଠକରେ ପୁର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପ୍ରଦୀପ କୁମାର ଅମାତ, ପୂର୍ବତନ ଅର୍ଥ ସଚିବ ଡକ୍ଟର ୟୁ ଶରତଚନ୍ଦ୍ରନ, ଡକ୍ଟର ଆର ଏନ ସେନାପତି, ୟୁ ଏନ ବେହେରା, ପୂର୍ବତନ ସଚିବ ବିବେକ ପଟ୍ଟନାୟକ ପ୍ରମୁଖ ପ୍ରଥମ ଅଧିବେଶନରେ ଯୋଗ ଦେଇଥିଲେ।
ଦ୍ବିତୀୟ ଅଧିବେଶନରେ ଭାରତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅତିରିକ୍ତ ପ୍ରଫେସର ଡକ୍ଟର ସରିତ ରାଉତ, ୟୁନିସେଫର ସାମାଜିକ ନୀତି ବିଶେଷଜ୍ଞ ସୁମନ ରଏ, ସିୱାଇଏସ୍ଡିର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ବସନ୍ତ କୁମାର ନାୟକ, କ୍ରେଡାଇ ଅଧ୍ୟକ୍ଷ ଡି ଏସ୍ ତ୍ରିପାଠୀ, ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରତିନିଧିମାନେ ଦେଇଥିବା ପରାମର୍ଶଗୁଡ଼ିକୁବଜେଟ୍ ପ୍ରସ୍ତୁତି ବେଳେ ନିଶ୍ଚୟ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
Follow Us